ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ, ଭୁବନେଶ୍ବରର ଆସ୍ଫାୟାର ହସ୍ପିଟାଲରେ ହେଲା ଆଡ଼ଭାନ୍ସଡ଼ କର୍କଟ ରୋଗର ବିରଳ ଚିକିତ୍ସା
ଓଡିଆ ନ୍ୟୁଜ୍(ବ୍ୟୁରୋ): ୭୬ବୟସ୍କ ରାୟବାବୁ କଟକର ଏକ ନସିଂହୋମ୍ରେ ଭୀଷଣ ପେଟ ଯନ୍ତ୍ରଣାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ତାଙ୍କର ରୋଗ ଅତି ଗୁରୁତର ଓ ସେ ଦେଶୀଦିନ ବଞ୍ଚିବେ ନାହିଁ ବୋଲି କହିଥିଲେ । ନିରାଶ ହୋଇ ତାଙ୍କର ସମ୍ପର୍କୀୟମାନେ ଡା : ଅମିତାଭ ଜେନାଙ୍କୁ ପରାମର୍ଶ କରି ଭୁବନେଶ୍ବର ୬ନମ୍ବର ସ୍ଥିତ ଆସ୍ଫାୟାର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆସ୍ଫାୟାର ହସ୍ପିଟାଲରେ ତାଙ୍କର ଇମରଜେନ୍ସି ଅପରେସନ୍ କରାଯାଇଥିଲା ଓ ସେହି ସମୟରେ ତାଙ୍କର ଆପେଣ୍ଡିକ୍ସର ଆଡ଼ଭାନ୍ସଡ଼ କ୍ୟାନସର ଅଛି ବୋଲି ଜଣା ପଡ଼ିଥିଲା । ଯେହେତୁ ତାଙ୍କର ମୁଖ୍ୟ ସମସ୍ୟା ଅନ୍ତଃନାଳୀ ବନ୍ଦ ହେବା ଥିଲା, ତେଣୁ ଇମର୍ଜେନ୍ସି ସମୟରେ ତାହା ଠିକ୍ କରି, ପରେ ଅନ୍ୟାନ୍ୟ ଟେଷ୍ଟ କରାଇ ତାଙ୍କର ଆବଶ୍ୟକ ଚିକିତ୍ସାର ପ୍ଲାନ୍ କରାଯାଇଥିଲା ।
ରୋଗୀର ଅବସ୍ଥା ସୁଧୁରିବା ପରେ ଡା: ସୁଦୀପ୍ତ ସ୍ୱାଇଁ ଓ ଡା: ଅମିତାଭ ଜେନା ତାଙ୍କୁ ଆଡ଼ଭାନ୍ସଡ଼ କ୍ୟାନସର ପାଇଁ ସ୍ଵତନ୍ତ୍ର ଶଲ୍ୟ ଚିକିତ୍ସା ଓ ହାଇପେକ୍ (HIPEC) ପ୍ଲାନ୍ କରାଯାଇଥିଲା । ଡା : ସୁଦୀପ୍ତ କୁମାର ସ୍ବାଇଁ (ରୋବୋଟିକ୍ ଗ୍ୟାସ୍ଟ୍ରୋସର୍ଜନ ଆପୋଲୋ ମେନ୍ ହସ୍ପିଟାଲ, ଚେନ୍ନାଇ) ଓ ଡା. ଅମିତାଭ ଜେନା (କ୍ୟାନ୍ସର ସର୍ଜନ)ଙ୍କ ନେତୃତ୍ବରେ ଏହି କଷ୍ଟସାଧ୍ୟ ଅପରେସନ୍ ଯେଉଁଥରେ ଆପେଣ୍ଡିକ୍ସର ଟ୍ୟୁମର ସହିତ ଅନ୍ତଃନାଳୀର କିଛି ଅଂଶ, ସମୁଦାୟ ପେରିଟୋନିୟମ ଏବଂ ଓମେଣ୍ଟାମ୍ ବାହାର କରି ଦିଆଯାଏ । ତା ସହିତ ଟ୍ୟୁମର ବାହାରିଲା ପରେ ପେଟ ଭିତର ସ୍ଥାନକୁ କେମୋଥେରାପୀ ଔଷଧରେ ଇରିଗେସନ୍ କରାଯାଇଥାଏ । ସୂଚନାଯୋଗ୍ୟ ଯେ ଏହି କେମୋଥେରାପୀର ତାପମାତ୍ର ଶରୀରର ତାପମାତ୍ରା ଠାରୁ ୪-୫ଡିଗ୍ରୀ ଅଧ୍ବକ ଥାଏ, ଯାହାକି କ୍ୟାନ୍ସର ସେଲ୍ ମାନଙ୍କୁ ମାରିବାରେ ସହାୟକ ହୋଇଥାଏ ।
ଡା : ସୁଦୀପ୍ତଙ୍କ କହିବା ଅନୁସାରେ ଏହି ପ୍ରକାରର ଅପରେସନ ଏବଂ HIPEC ର ବ୍ୟବହାର ବୋଧହୁଏ ପ୍ରଥମଥର ପାଇଁ ଓଡ଼ିଶାରେ ହୋଇଛି । ସେ ଜୋର ଦେଇ କହିଥିଲେ ଯେ ଆଡ଼ଭାନ୍ସଡ୍ କ୍ୟାନସର ପାଇଁ HIPEC ଅଧିକ ଉପଯୋଗୀ ଏବଂ ଏହା ରୋଗମୁକ୍ତ ରଖୁବାରେ ଏବଂ ଜୀବନଶୈଳୀ ପରିବର୍ତ୍ତନରେ ସହାୟକ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଡା: ସୁଦୀପ୍ତ କହିଥିଲେ ଯେ ଆସ୍ପାୟାର ହସ୍ପିଟାଲ ସମସ୍ତ ପ୍ରକାରର ଆଡ଼ଭାନ୍ସଡ୍ କ୍ୟାନସର ସର୍ଜରୀ କରିବା ପାଇଁ ଅତ୍ୟାଧୁନିକ ସରଞ୍ଜାମରେ ସୁସଜ୍ଜିତ । ତାଛଡ଼ା ଏଠାରେ ଅଭିଜ୍ଞ କ୍ୟାନସ୍ର ସର୍ଜନ ଡା : ଅମିତାଭ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରୋଗୀଙ୍କର ଅପରେସନ୍ ତଥା ଅପରେସନ ପରବର୍ତ୍ତୀ ଚିକିତ୍ସା ସୁଚାରୁ ରୂପେ ହୋଇଥାଏ । ଆସ୍କାୟାର ହସ୍ପିଟାଲରେ ଅତି ଉଚ୍ଚମାନର ଆଇ.ସି.ୟୁ ଏବଂ ଅଭିଜ୍ଞ ନର୍ସ ରୋଗୀମାନଙ୍କର ଯତ୍ନ ନେଇଥାଆନ୍ତି । ଡା: ସୁଦୀପ୍ତ ଏପ୍ରକାର ଅପରେସନ୍ରେ ତାଙ୍କୁ ସାହାଯ୍ୟ କରିଥିବାରୁ ଡା: ଅମିତାଭ, ଡା : ବିରଞ୍ଚି, ଡା: ରାଜେନ୍ଦ, କ୍ରିଷ୍ଣା, ପୁଷା, ମଧୁ, ପ୍ରକାଶ ପ୍ରତି କୃତଜ୍ଞତା ଜଣାଇଛନ୍ତି ।
ଓଡ଼ିଶାର ଖ୍ୟାତନାମା କ୍ୟାନ୍ସର ସର୍ଜନ ଡା : ଅମିତାଭ ଜେନା କହିଥିଲେ ଯେ, ଆସ୍ପାୟାର ହସ୍ପିଟାଲ କେବଳ ଅଭିଜ୍ଞ ଓ ନିଷ୍ଠାପର ଡାକ୍ତରମାନଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇ, ରୋଗୀ ଓ ଚିକିତ୍ସକ ଏବଂ ହସ୍ପିଟାଲ ମଧ୍ୟରେ ବିଶ୍ଵାସର ଅଭାବକୁ ଦୂର କରିବା ପାଇଁ ଚେଷ୍ଟାପର ।