ଅସାନି ପ୍ରଭାବରେ ଭୁବନେଶ୍ୱରରେ ବର୍ଷା: ତଳିଆ ଅଞ୍ଚଳ ଜଳମଗ୍ନ ସ୍ଥିତି ବୁଲି ଦେଖିଲେ ମେୟର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ)  ରାଜଧାନୀରେ ଗତକାଲି ରାତିରୁ ବର୍ଷା ଲାଗିରହିଛି । ଯାହାକୁ ନେଇ ଭୁବନେଶ୍ୱର ର ବିଭିନ୍ନ ତଳି ଅଂଚଳର ସ୍ଥିତି ବୁଲି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାଶ। ସାଙ୍ଗରେ କର୍ପୋରେଟର ଓ ବି ଏମ ସି ର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି। ମେୟର ସୁଲଚନା ଦାସ ଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ପାଣି ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ।ବିଭିନ୍ନ ଡ୍ରେନ ଉପରେ ନଜର ରହିଛି । ସମସ୍ତ ଅଞ୍ଚଳକୁ ମୁଁ ନିଜେ ବୁଲୁଛି ବିଏମ୍ସି ଅଧିକାରୀ ବି ବୁଲି ଦେଖୁଛନ୍ତି।

ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ଯଦି ସମସ୍ୟା ହୁଏ । ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ବର୍ଷା ହେବ ବୋଲି କୁହାଯାଇଛି। ଯଦି ତଳି ଅଂଚଳ କି ବସ୍ତିରେ ପାଣି ଜମେ ତେବେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଛି ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି। ଏବେ ଯାଏ ଆଶ୍ରୟସ୍ଥଳ କେହି ଆସିନାହାନ୍ତି। ବିଭିନ୍ନ ତଳିଆ ଅଞ୍ଚଳ ରେ ଅଗ୍ନିଶମ ବାହିନୀ ସଜାଗ ରହିଛି ।

Leave A Reply

Your email address will not be published.