ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରୁ ଦେଶୀ ମଦ କାରଖାନା ଉପରେ ରେଡ଼ । ସାଲିଆସାହି ନୟାଗଡ଼ ବସ୍ତିରେ ରେଡ଼ କରିଛି କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ । ରେଡ଼ ବେଳେ ୮ହଜାର ଲିଟର ପୋଚ ଓ ୫ସହ ଲିଟର ଦେଶୀ ମଦ ଜବତ ହୋଇଛି । ମଦ ରୋଷେଇ କରିବା ବିକ୍ରି କରିବା ଅଭିଯୋଗ ରେ ୫ ଜନକୁ ଗିରଫ କରିଛି ତଦନ୍ତ କାରୀ ସଂସ୍ଥା ।
ତେବେ ବହୁତ୍ ଦିନରୁ ସାଲିଆ ସାହିରେ ଚାଲିଥିବା ମଦ କାରଖାନା ଉପରେ ଅବକାରୀ ବିଭାଗ ର ନଜର ଥିଲା ଆଜି ମଦ କାରଖାନା ଉପରେ ଚଢ଼ାଉ କରି କାରଖାନା ରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷ କୁ ଜବତ୍ କରିଛି । ତେବେ କାରଖାନା ରେ 5 ଜଣ ଅଛନ୍ତି ନା ଏଥିରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରୁଛି ଅବକାରୀ ବିଭାଗ। କେବଳ ସେତିକି ନୁହେଁ କାରଖାନାକୁ କିପରି ଏବଂ କିଏ କଞ୍ଚାମାଲ ଯୋଗାଉ ଥିଲା ତାକୁ ମଧ୍ୟ ଖୋଜୁଛି ।