ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ବଢିପାରେ ମୃତକଙ୍କ ସଂଖ୍ୟା; ଘଟଣାସ୍ଥଳରେ ପହଞ୍ଚିଲେ ଅରବିନ୍ଦ କେଜ୍ରିୱାଲ, ମୃତକଙ୍କୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା

0

ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ହେତୁ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଅଧିକାଂଶ ଲୋକ ଚିହ୍ନଟ ହୋଇନାହାଁନ୍ତି |ଏହା ସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ୧୨ ଜଣ ଆହତଙ୍କୁ ଗ୍ରୀନ କରିଡର କରି ଡାକ୍ତରଖାନାକୁ ନିଆଯାଇଥିଲା। ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଅରବିନ୍ଦ କହିଛନ୍ତି ଯେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ସହିତ ସମସ୍ତ ଆହତଙ୍କୁ ୫୦-୫୦ ହଜାର ଟଙ୍କା ପ୍ରଦାନ କରାଯିବ। ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁ ଆଦୌ କ୍ଷମା କରାଯିବନାହିଁ।

ସୂଚନା ଯେ, ଦୁର୍ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରଖାନା ମାଲିକଙ୍କ ଉଭୟ ପୁଅଙ୍କୁ ଗିରଫ କରିଛି। ସୂଚନା ପ୍ରଦାନ କରି ଡିସିପି ସମୀର ଶର୍ମା କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୭ ଜଣ ମୃତ ବୋଲି ନିଶ୍ଚିତ ହୋଇଛି। ଯେଉଁଥିରେ ୨ ଜଣଙ୍କୁ ଚିହ୍ନଟ କରାଯାଇଛି | ଅବଶିଷ୍ଟ ୨୫ ଜଣଙ୍କୁ ଚିହ୍ନଟ କରାଯାଇ ନାହିଁ | ୨୮ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ କମ୍ପାନୀର ମାଲିକଙ୍କୁ ଗିରଫ କରାଯାଇଛି। ହେଲେ ବିଲ୍ଡିଂର ମାଲିକ ଏବେ ବି ଫେରାର ଅଛନ୍ତି। ଏନଓସି ପ୍ରଶ୍ନ ଉପରେ ଡିସିପି କହିଛନ୍ତି ଯେ ବର୍ତ୍ତମାନ ତଦନ୍ତ ଚାଲିଛି।

Leave A Reply

Your email address will not be published.