ନବୀନଙ୍କ ବ୍ୟାଡଲୁକ୍‌ରେ ଭାଇଜାନ୍

0

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍‌):  ବ୍ରଜରାଜନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଏହି ଷ୍ଟାର ପ୍ରଚାରକ ତାଲିକାରେ ୪୦ ହେଭିୱେଟଙ୍କୁ ସାମିଲ କରିଛି ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବହୁ ନେତାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ରହିଛି । ହେଲେ ଏଥିରୁ ବାଦ୍ ପଡ଼ିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କେନ୍ଦ୍ରାପଡ଼ା ସାଂସଦ ତଥା ଭାଇଜାନ୍ ଭାବେ ଜଣାଶୁଣା ଅନୁଭବ ମହାନ୍ତି । ଅଥଚ, ଏପରି ସ୍ଥଳେ ଅଭିନେତା ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକଙ୍କୁ ସବୁଥର ପରି ଏଥର ବି ଦଳ ଭରସା କରିଛି । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଲୋକଙ୍କୁ ବୁଝାଇବା ସହ ବିଜେଡ଼ି ପାଇଁ ଭୋଟ ଭିକ୍ଷା କରିବେ ଏହି ସବୁ ନେତା ।

ଅନୁଭବ-ବର୍ଷାଙ୍କ ସମ୍ପର୍କ ତିକ୍ତତା ହେବା ଦିନ ଠାରୁ ବିଜେଡିରେ ଧିରେ ଧିରେ ଶକ୍ତି ହରାଉଛନ୍ତି ଅନୁଭବ । ଦାମ୍ପତ୍ୟରେ କଳହ ଏମିତି କଉ ନୂଆ କଥା ଯେ..? ଯେଉଁଥି ପାଇଁ ଭାଇଜାନ୍‌ଙ୍କ ଉପରେ ଭାରିପଡ଼ୁଛି ସୁପ୍ରିମୋଙ୍କ ରୋଷ । ସବୁଠୁ ବଡ଼ କଥା ହେଉଛି ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରି ମାଳମାଳ ଦାଗି ନେତାଙ୍କୁ ବହୁ ଗୁରୁଦାୟିତ୍ୱ ଦେଇଛି ଦଳ । ପୂର୍ବରୁ ମଧ୍ୟ ଅନୁଷ୍ଠିତ ହୋଇଥିବା ପିପିଲି, ତିତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନରେ ଅନୁଭବଙ୍କୁ ତାଲିକାରେ ସାମିଲ କରିନଥିଲା ଦଳ । ହେଲେ, ଖାଲି ଯେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ପାଇଁ ନା ଆଉ କେଉଁ ବଡ଼ କାରଣ ପାଇଁ ବ୍ୟାଡଲୁକ୍‌ରେ ଭାଇଜାନ୍ ତାର ଉତ୍ତର ଖୋଜୁଛନ୍ତି ଅନୁଭବଙ୍କ ସମର୍ଥକ ।

Leave A Reply

Your email address will not be published.