ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାତିରେ ବିଜୁଳି କାଟ ନ କରିବା ପାଇଁ ଓ ପାୱାର ଆଉଟେଜକୁ ମିନି ମାଇଜ କରିବା ପାଇଁ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ। ରାଜ୍ୟରେ ବର୍ତ୍ତମାନ ସମୟରେ ହେଉଥିବା ବିଜୁଳି କାଟ ଉପରେ ଆଜି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି । ମେ ୧ ତାରିଖରୁ ରାଜ୍ୟରେ ବିଜୁଳି ସମସ୍ୟା ନାହିଁ।ବିଜୁଳିକୁ ନେଇ କିଛି ଲୋଡ଼ ରେଗୁଲେସନ କରିନାହୁଁ । କିନ୍ତୁ ବିଦ୍ୟୁତ ବିତରଣକାରୀ ସଂସ୍ଥା ମାନେ ବିଭିନ୍ନ ମେଣ୍ଟେନାସ୍ ଓ କ୍ୟାପିଟାଲ ୱାର୍କ କରିବା ପାଇଁ ବିଜୁଳି କାଟ କରୁଛନ୍ତି । ତେଣୁ ତାଙ୍କୁ ପରାମର୍ଶ ଦିଆଯାଇଛି ବର୍ତ୍ତମାନ ଖରା ଦିନ ଚାଲିଥିବାରୁ ସେମାନେ ପାୱାର ଆଉଟେଜ କି ମିନି ମାଇଜ କରିବେ । ହାରାହାରି 4400 ରୁ 4500 ମେଗାୱାଟ ପିକ ସମୟରେ ଆବଶ୍ୟକ ରହୁଛି । କିନ୍ତୁ ମେ ୧ ରୁ ସେହି ଆବଶ୍ୟକତାକୁ ପୂରଣ ହୋଇ ପାରିଛି । ଓପିଜିସିର ୟୁନିଟ 4 ଆସିବା ପରେ ବର୍ତ୍ତମାନ ରାଜ୍ୟରେ ଶକ୍ତି ସମସ୍ୟା ଆଉ ନାହିଁ । ଯଦିଓ ଦରଲୀପାଲି ୟୁନିଟରୁ ଯେତିକି ବିଜୁଳି ମିଳିବା କଥା ମିଳୁନାହିଁ।
ମେଣ୍ଟେନାସ୍ ଓ କ୍ୟାପିଟାଲ ୱାର୍କ continous ଆକ୍ଟିଭିଟି । ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ 5 ବର୍ଷ ଭିତରେ 5500 କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହା ବାଦ ସରକାର ଟଙ୍କା ଦେଉଛନ୍ତି । ସେହିପରି ହାତୀ କରିଡର ପାଇଁ ଯୋଜନା ହୋଇଛି । ତେଣୁ ଦୀର୍ଘସୁତ୍ରୀ କାର୍ଯ୍ୟ ହେଉଥିବାରୁ ଏମିତି ପାୱାର କଟ ହେବ । ମାତ୍ର କୁହାଯାଇଛି ଯେ ଖରାଦିନ ହେଇଥିବାରୁ ଓ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ବର୍ତ୍ତମାନ ସମୟରେ ପାୱାର କଟ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଏହି ଆଲୋଚନା ହୋଇଛି।