ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ସାଉଥ୍ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବୈବାହିକ କ୍ୟାରିୟରକୁ ନେଇ ବଡ଼ ସସ୍ପେନ୍ସ ଦେଖା ଦେଇଛି । ଯେଉଁଥି ପାଇଁ ତାଙ୍କ ପ୍ରକୃତ ପାର୍ଟନର କିଏ ଜାଣିବା ପାଇଁ ତାଙ୍କ ଫ୍ୟାନ୍ସ ଅସ୍ତିର ହୋଇପଡନ୍ତି। ନିଜର ଛୋଟ କ୍ୟାରିୟରରେ ମଧ୍ୟରେ ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଥିବା ରଶ୍ମିକାଙ୍କୁ ଅନେକ ନବାଗତ ନିଜର ଆଦର୍ଶ ବୋଲି ମାନନ୍ତି। ଇଣ୍ଟଷ୍ଟ୍ରୀରେ କାଙ୍କର ଅନେକ କ୍ରସ୍ ମଧ୍ୟ ଅଛନ୍ତି । ସେଥିଲାଗି ଫ୍ୟାନ୍ସ ତାଙ୍କୁ ‘ନ୍ୟାସନାଲ କ୍ରସ୍’ ବୋଲି ଡାକନ୍ତି। କିନ୍ତୁ ଆପଣ ଜାଣନ୍ତି କି ରଶ୍ମିକା ୨୦୧୭ ମସିହାରେ ଏନଗେଜମେଣ୍ଟ କରିଥିଲେ ହେଁ କାହିଁକି ନିଜ ଭାବି ପାର୍ଟନର ଠୁ ଦୂରେଇଗଲେ ।
ହଁ, ଆଜ୍ଞା ରଶ୍ମିକା ଫିଲ୍ମ ଅଭିନେତା ରକ୍ଷୀତ୍ ଶେଟ୍ଟୀଙ୍କ ସହିତ ରିଲେସନସିପରେ ଥିଲେ। ରଶ୍ମିକା, ରକ୍ଷୀତ୍ ଶେଟ୍ଟୀଙ୍କ ସହ ଫିଲ୍ମ କିରିକ୍ ପାର୍ଟିରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଉଭୟ ଏହି ସମୟରେ ନିକଟତର ହୋଇଥିଲେ ଏବଂ ୨୦୧୭ ରେ ପରସ୍ପର ଏନଗେଜ୍ମେଣ୍ଟ କରିଥିଲେ। କିନ୍ତୁ ୧୪ ମାସ ପରେ ଦୁହେଁ ତାଙ୍କର ଏନଗେଜମେଣ୍ଟକୁ ଭାଙ୍ଗି ଦେଇଥିଲେ। ଦୁହେଁ କାହିଁକି ଅଲଗା ହେଲେ ସେମାନଙ୍କ ମଧ୍ୟରୁ କେହି କେବେ ଖୋଲାଖୋଲି ଭାବେ କହି ନାହାଁନ୍ତି। କିନ୍ତୁ,ଦୁଇ ଷ୍ଟାରଙ୍କ ମଧ୍ୟରେ କାମକୁ ନେଇ କୌଣସି ସମନ୍ୱୟ ରହୁନଥିଲା। ଯେଉଁଥି ପାଇଁ ତାଙ୍କୁ ହେବାକୁ ପଡ଼ିଲା ବୋଲି ଚର୍ଚ୍ଚା ଜୋର ଧରିଛି।