ଏହି କାରଣ ପାଇଁ ଅଧାରୁ ଆଇପିଏଲ ଛାଡିଲେ କେନ୍ ଓ୍ୱିଲିୟମସନ, ପଢନ୍ତୁ…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଅଧାରୁ ଆଇପିଏଲ ଛାଡିଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଜିତିବା ପରେ କେନ୍ ୱିଲିୟମସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହା ସନରାଇଜର୍ସର ଫ୍ୟାନଙ୍କୁ ପୁରାପୁରି ନିରାଶ କରିଛି । ନ୍ୟୁଜିଲାଣ୍ଡର ଅଧିନାୟକ ୱିଲିୟମସନ ଆଇପିଏଲ ୨୦୨୨ ଛାଡି ଘରକୁ ଚାଲିଯିବାର ମୁଖ୍ୟ କାରଣ ହେଉଛି ସେ ଦ୍ୱିତୀୟଥର ପାଇଁ ବାପା ହେବାକୁ ଯାଉଛନ୍ତି । ନିଜର ଆସନ୍ନପ୍ରସବା ପତ୍ନୀଙ୍କୁ ଏକାକୀ ଚାଡ଼ିବାକୁ ଚାହୁଁନଥିଲେ କେନ୍ । ଏଥିପାଇଁ ଅନେକ ସମୟରେ ସେ ମଧ୍ୟ ଚିନ୍ତିତ ରହୁଥିଲେ । ତେଣୁ ସେ ଚଳିତ ଆଇପିଏଲକୁ ଅଲବିଦା କହି ଅଧାରୁ ସ୍ୱଦେଶ ଫେରିଯାଇଛନ୍ତି । ସ୍ୱଦେଶ ପହଂଚିବା ପରେ ସେ ନିଜ ପତ୍ନୀ ଏବଂ ପରିବାରକୁ ସମୟ ଦେବେ।

Leave A Reply

Your email address will not be published.