ବିମାନବନ୍ଦରରେ ବୋମା !

0

ବେଙ୍ଗାଲୁରୁ( ଓଡ଼ିଆ ନ୍ୟୁଜ୍‌): ବେଙ୍ଗାଲୁରୁ ଏୟାରପୋର୍ଟରେ ବୋମା ରଖାଯାଇଛି । ଏନେଇ ବିମାନବନ୍ଦର କଣ୍ଟ୍ରୋଲ ରୁମକୁ ଫୋନ କଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ ଏହାର ଯାଞ୍ଚ କରୁଥିବା ବେଳେ ବିମାନବନ୍ଦରରେ ସୁରକ୍ଷାକର୍ମୀ ଓ ଡଗ୍ ସ୍କ୍ବାଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।


ସୂଚନା ଅନୁଯାୟୀ, ଆଜି ସକାଳୁ ବେଙ୍ଗାଲୁରୁ କେମ୍ପେଗୌଡ଼ା ଆନ୍ତର୍ଜାତିୟ ବିମାନ ବନ୍ଦରକୁ ଏକ ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା । ଯେଉଁଥିରେ ବୋମାରେ ବିମାନବନ୍ଦର ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଏହାପରେ ଏୟାରପୋର୍ଟକୁ ରେଡ ଆଲର୍ଟରେ ରଖିବା ସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚି । ସର୍ଚ୍ଚ ଅପରେସନକୁ ବଳବର୍ତ୍ତର କରିଛି ।ବିମାନ ବନ୍ଦର ଭିତର ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

Leave A Reply

Your email address will not be published.