ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଜନସାଧାରଣଙ୍କ ସୁଖ ଦୁଃଖ ବୁଝିବା ଓ ସୁବିଧା ଅସୁବିଧାରେ ଠିଆ ହେବା ଜଣେ ଶାସକର ନୈତିକ କର୍ତ୍ତବ୍ୟ। ହେଲେ ଆମ ଦେଶରେ ଏହା ବ୍ୟତିକ୍ରମ । ଆମ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀ କାହାରି କଥା ଶୁଣନ୍ତି ନାହିଁ । ଲଣ୍ଡନରେ ଆୟୋଜିତ ‘ଆଇଡିଆଜ୍ ଫର୍ ଇଣ୍ଡିଆ’ ସମ୍ମିଳନୀରେ ଏପରି କହି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଙ୍କ ଉପରେ ବର୍ଷିଛନ୍ତି ।

ସମ୍ମିଳନୀରେ ନିଜର ମନ୍ତବ୍ୟ ରଖିବା ସମୟରେ ରାହୁଲ ବିଜେପି ଓ ଆରଏସଏସକୁ ସମାଲୋଚନା କରିବାକୁ ପଛାଇନାହାଁନ୍ତି । ‘ମୁଁ ଶୁଣିବାକୁ ଚାହେଁ’ ଏଭଳି ମନୋବୃତ୍ତି ‘ପ୍ରଧାନମନ୍ତ୍ରୀଙ୍କର ରହିବା ଉଚିତ । ଏହି ହେଲେ ଆମ ପ୍ରଧାନମନ୍ତ୍ରୀ କାହାରି କଥା ଶୁଣନ୍ତି ନାହିଁ’ବୋଲି ରାହୁଲ କହିଛନ୍ତି । ସେ କହିଛନ୍ତି ‘ସମସ୍ତେ ଭାବନ୍ତି ଭାରତ ହେଉଛି ସରକାର ଓ ଜନତାଙ୍କ ମଧ୍ୟରେ ଏକ ବୁଝାମଣା । କିନ୍ତୁ ବିଜେପି ଓ ଆରଏସଏସ ଭାବୁଛନ୍ତି ଭାରତ ଗୋଟିଏ ଭୂଗୋଳ । ଏହି ଭୂଗୋଳ ହେଉଛି ଗୋଟିଏ ସୁନା ଚଢେଇ,ଯାହାର ଲାଭ କର୍ମକୁ ଅଳ୍ପ କେତେ ଜଣଙ୍କ ମଧ୍ୟରେ ବଣ୍ଟାଯିବା ଉଚିତ ।