ଲଡ଼ୁବାବାଙ୍କ ମନ୍ଦିର ସାମ୍ନାରେ ୩ ବର୍ଷର ଶିଶୁ ଉପରେ ଚଢିଗଲା ଟ୍ରକ୍‌

0

ନୟାଗଡ(ଓଡ଼ିଆ ନ୍ୟୁଜ୍‌): ନୟାଗଡ଼ ଶରଣକୁଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ ଅଭାବନୀୟ ଘଟଣା । ରାସ୍‌ତା ପାରି ବେଳେ ଶିଶୁ ଉପରେ ଚଢିଗଲା ଚାଉଳ ବୋଝେଇ ଟ୍ରକ୍ । ଫଳରେ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଶିଶୁର ବୟସ ୩ ବର୍ଷ ହୋଇଥିବା ବେଳେ ଶିଶୁଟି ସ୍ଥାନୀୟ ଧୁଷୁମା ଗାଁର ହୋଇଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭର ଏବଂ ଟ୍ରକକୁ ଥାନାରେ ଅଟକ ରଖିଛି । ଏହି ଘଟଣା ସ୍ଥାନୀୟ
ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.