ଆଶ୍ୱସ୍ତି ଦେଲେ କେନ୍ଦ୍ରସରକାର, ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି । କମିଲା ତୈଳ ଦର । ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ । ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଓ ଡିଜେଲ ଦର ଲିଟର ପ୍ରତି ୭ ଟଙ୍କା କମିଛି । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୮ ଟଙ୍କା ଓ ଡିଜେଲ୍‌ ଉପରେ ୬ ଟଙ୍କା ହ୍ରାସ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ ନୂଆ ଦର। ସେହିପରି ଉଜ୍ଜଳା ଯୋଜନାରେ ସିଲିଣ୍ଡର ପିଛା ଦୁଇ ଶହ ଟଙ୍କା ସବସିଡି ମିଳିବ । ଏପଟେ ଷ୍ଟିଲ୍‌ ସାମଗ୍ରୀ ଉପରେ ରପ୍ତାନୀ ଶୁଳ୍କ ଲାଗିବ ।

Leave A Reply

Your email address will not be published.