ତାତିରୁ ମିଳୁଛି ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ବର୍ଷା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି।ଏହା ପ୍ରଭାବରେ ଦିନ ତାପମାତ୍ରା 3 ରୁ 4 ଡିଗ୍ରୀ ତଳକୁ ଖସିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ମେଘୁଆ ପାଗ ରହିବ କିନ୍ତୁ ଆଭ୍ୟାନ୍ତରଣ ଓଡ଼ିଶାରେ ପାଗରେ ବିଶେଷ ପରିବର୍ତନ ହେବନାହିଁ। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଘସିପୁରା ଠାରେ ସର୍ବାଧିକ 62.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେହିଭଳି ଯାଜପୁର ଜିଲ୍ଲାର କୋରେଇରେ 56.2, ଦାନାଗାଡି ରେ 56, ଭୁବନେଶ୍ୱର 36.2, କଟକ ରେ 31.2, ଭଦ୍ରକ 34.2, ପୁରୀରେ 35.3 ବର୍ଷା ରେକର୍ଡ କରାଯାଇଛି।ଆସନ୍ତା କାଲି ଆଉ କାଳବୈଶାଖୀର ବିଶେଷ ପ୍ରଭାବ ରହିବ ନାହିଁ କିନ୍ତୁ 24 ତାରିଖ ବେଳକୁ ପୁନର୍ବାର କାଳବୈଶାଖୀ ସକ୍ରିୟ ହେବାର ସମ୍ଭାବନା ରହୁଛି। ଭୁବନେଶ୍ୱରର ଆଖପାଖରୁ ଉତ୍ତରଆନ୍ଧ୍ର ପର୍ଯନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ଏହା କାଳବୈଶାଖୀ ସୃଷ୍ଟି କରିବରେ ସହାୟକ ହେଉଛି ।

Leave A Reply

Your email address will not be published.