ପ୍ରଚାରରେ କମ୍ପୁଛି ବ୍ରଜରାଜପୁର: ଆଜି ପହଞ୍ଚିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରେନ ଯୋଗେ ବ୍ରଜରାଜନଗରରେ ପହଞ୍ଚିବେ। ଆସନ୍ତାକାଲି ତାଙ୍କର ମାରାଥନ ପ୍ରଚାର ଅଛି। ବିଶ୍ୱେଶ୍ୱର ଟୁଡୁ ସେଠାରେ ଅଛନ୍ତି। ଅନ୍ୟ ନେତା ବି ଯିବେ ପ୍ରଚାର କରିବାକୁ। ଏବେ ପ୍ରଚାର ଜୋରଦାର ଚାଲିଛି। ଏବେ ଯାଏ ରମଣ ସିଂ ଓ ବ୍ରିଜମୋହନ ଅଗ୍ରୱାଲଙ୍କ ଆସିବ ସୂଚୀ ଚୂଡାନ୍ତ ହୋଇନି। ଆହୁରି କେନ୍ଦ୍ର ମନ୍ତ୍ରୀ ଆସିବାର ଅଛି। ରାଧାରାଣୀ ପଣ୍ଡା ଲୋକଙ୍କ ସହିତ ଯୋଡି ହୋଇ ଅଛନ୍ତି। ବିଜେପି ସବୁ ପ୍ରକାର ସାମାର୍ଥ୍ୟ ବ୍ରଜରାଜନଗରରେ ଲାଗେଇଛି ବୋଲି କହିଛନ୍ତି ବିଜିପିର ସଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ସେ କହିଛନ୍ତି ପ୍ରତିଦିନ ଖବରରେ ନୂଆ ନୂଆ ବ୍ୟକ୍ତି ତୃତୀୟ ସାମ୍ମୁଖ୍ୟର ନେତୃତ୍ୱ ନେବା କଥା ଆସୁଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ନେତା କେବେ ବି ଦେଶ ପାଇ ନଥିଲା। ସବୁ ଲୋକଙ୍କୁ ନେଇ ସେ ଚାଲୁଛନ୍ତି। କୌଣସି ସାମୁଖ୍ୟ ପାଇଁ ବିଜେପି ଚିନ୍ତିତ ନୁହେଁ। କେବଳ ବାକି ପଡ଼ିଥିବା ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛୁ। 2024ରେ ବି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ବିଜେପି ପ୍ରଥମ। ଅନ୍ୟ କୌଣସି ସାମ୍ମୁଖ୍ୟ କଥା ଆମର ଭାବୁନୁ।

 

Leave A Reply

Your email address will not be published.