ଦ୍ୱିତୀୟ ଥର ବାପା ହେଲେ କେନ୍ ଓ୍ୱିଲମସନ, ଜାଣନ୍ତୁ ପୁଅ ହୋଇଛି କି ଝିଅ…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ୍ ଓ୍ୱିଲମସନ ଦ୍ୱିତୀୟ ଥର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ନିଜେ କେନ୍ ଇନଷ୍ଟାଗ୍ରାମରେ ନିଜ ପତ୍ନୀ ଓ ପୁଅଙ୍କ ଫଟୋ ସେୟାର କରି ଫ୍ୟାନଙ୍କୁ ଖୁସି ଖବର ଦେଇଛନ୍ତି । ତେବେ କେନଙ୍କ ଟ୍ୱିଟ୍ ପରେ ଟିମ୍ ଇଣ୍ଡିଆ ପୂର୍ବତନ କ୍ରିକେଟର ସୁରେଶ ରାଇନା, ଆଫଗାନିସ୍ତାନର ଷ୍ଟାର୍ ବୋଲର ରଶିଦ ଖାନ, କାରବିୟାନ ଖେଳାଳି ଜାସନ୍ ହୋଲଡର୍, ଅଷ୍ଟ୍ରେଲିଆ ବ୍ୟାଟର ଡେଭିଡ ଓ୍ୱାର୍ଣ୍ଣର, ନ୍ୟୁଜିଲାଣ୍ଡ କ୍ରିକେଟର ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ସମେତ ଅନ୍ୟ ଖେଳାଳି ଓ୍ୱିଲମସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


ସୂଚନା ଯୋଗ୍ୟ, ଚଳିତ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ର ଅଧିନାୟକ କେନ୍ ପତ୍ନୀଙ୍କର ଗର୍ଭାବସ୍ତା ସମୟରେ ନିଜ ପରିବାରକୁ ସମୟଦେବାକୁ ଅଧାରୁ ଆଇପିଏଲ ଛାଡ଼ିଥିଲେ । ତେବେ ହାଇଦ୍ରାବାଦ କିଛି ଖାସ୍ ପ୍ରଦର୍ଶନ କରିପାରି ନାହିଁ । ଅନେକ ପରାଜୟର ସାମ୍ନା କରି ହାଇଦ୍ରାବାଦ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।

Leave A Reply

Your email address will not be published.