ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, AICC ମାରିଲା ମୋହର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି। ଆଜି ଶରତଙ୍କ ନାଁ ଉପରେ ମୋହର ମାରିଛି ଏଆଇସିସି। ଆଜି ଏଆଇସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଘୋଷମା କରିଛନ୍ତି ।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି । ଏଥି ସହତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଶରତ ପଟ୍ଟନାୟକ । ଏବେ ତାଙ୍କ ଉପରେ ପୁଣିଥରେ ଭରସା କରି ତାଙ୍କୁ ପିସିସି ସଭାପତି ଭାବେ ଘୋଷଣା କରିଛି ଏଆଇସିସି। ଦୀର୍ଘ ୧୮ ବର୍ଷ ପରେ ଏବେ ଶରତ ପଟ୍ଟନାୟକ ପୁଣି ରାଜ୍ୟ କଂଗ୍ରେସର ମଙ୍ଗ ଧରିଛନ୍ତି।

ସେପଟେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ନୂଆ ପିସିସି ସଭାପତି ପାଇଁ ଶରତ ପଟ୍ଟନାୟକଙ୍କନାରେ ମୋହର ବାଜିଛି। ଏହା କଂଗ୍ରେସ ଦଳ ପାଇଁ ଖୁସି ଖବର ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି ମୁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ,ପ୍ରଭାରୀ ଚେଲା କୁମାର,ଙ୍କୁ ଧନ୍ୟବାଦ ଜଣାଉଛି ମୋତେ ସହଯୋଗ କରିଥିବାରୁ। ମୁଁ ଦାୟିତ୍ୱରେ ଥିବା ବେଳେ ସମସ୍ତେ ମୋତେ ଦିଗଦର୍ଶନ ଦେଇଥିଲେ,ସାହାଯ୍ୟ କରିଥିଲେ।ସହଯୋଗ ପାଇଁ ଗଣମାଧ୍ୟମର ମଧ୍ୟ ଧନ୍ୟବାଦ ଜଣାଉଛି।

ଗତ ଦୁଇ ବର୍ଷ ତଳୁ ଇସ୍ତଫା ଦେଇଥିଲି।  କିନ୍ତୁ ଏଆସିସି କୌଣସି ନିଷ୍ପତି ନେଇ ନଥିଲା। ମୋ ଦେହ ଖରାପ ପରେ ମୁଁ କାମ କରିପାରିବି ନାହିଁ ବୋଲି ସୋନିଆଙ୍କୁ ଜଣେଇଥିଲି।  ଏବେ ସେ ମୋ ଇସ୍ତାଫା ଗ୍ରହଣ କରିଛନ୍ତି। ତେବେ ନୂଆ ପିସିସି ସଭାପତିଙ୍କୁ କଂଗ୍ରେସ କୁ ଏକ ହୋଇ କାମ କରିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି ନିରଞ୍ଜନ।କଂଗ୍ରେସ ଗାଁ ଗହଳି ଲୋକଙ୍କ ନିକଟକୁ ପହଞ୍ଚିବାକୁ ହେବ। ମୋର ବିଶ୍ୱାସ ଶରତ କଂଗ୍ରେସ ଦଳ କୁ ମଜବୁତ କରିବେ ଓ ଆଗେଇ ନେବେ।ମୁ ସଭାପତି ପଦରୁ ଯାଇଛି,ହେଲେ ରାଜ୍ୟ ପାଇଁ ଓ ଦେଶ ପାଇଁ ମୋର ଯାହା କର୍ତ୍ତବ୍ୟ ମୁ ଶକ୍ତି ଥିବା ଯାଏଁ ତାହା କରିବି।ବର୍ତ୍ତମାନ ନୂତନ ସଭାପତିଙ୍କ ଯୋଗ୍ୟତା ଅଛି,ଅଭିଜ୍ଞତା ମଧ୍ୟ ଅଛି ସେ କଂଗ୍ରେସ କୁ ସୁଦୃଢ଼ କରିପାରିବେ.

Leave A Reply

Your email address will not be published.