୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : କରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି ଆସନ୍ତା କଲି ସାରା ଦେଶ ପାଳୁଛି ଜନତା କର୍ଫ୍ୟୁ I କଲି ସକାଳ 7ରୁ ରାତି 9 ଟା ପର୍ଯ୍ୟଙ୍କ କର୍ଫ୍ୟୁ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ I ଲୋକମାନଙ୍କୁ ଘରେ ରହିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ l ଏହି କର୍ଫ୍ୟୁରେ ସାରା ଦେଶ ସମେତ ରାଜ୍ୟ ବନ୍ଦ ଥିବାବେଳେ ଚଳାଚଳ କରିବନାହିଁ କୌଣସି ଘରୋଇ ବସ l ଏନେଇ ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି I କlଲି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଥିବାବେଳେ ଓଡ଼ିଶାରେ ପ୍ରାୟ 13ରୁ 14 ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ l ବସ ଚଳାଚଳ ବନ୍ଦ ଯୋଗୁଁ ବହୁ ଯାତ୍ରୀ ଅସୁବିଧାର ସଂମ୍ମୁଖୀନ ହେଲେ ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ବସ ଚଳାଚଳ ବନ୍ଦ ରହିବl ନେଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି l