ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ପଦରୁ ନରିନ୍ଦର ବତ୍ରା ଇସ୍ତଫା ଦେଇଛନ୍ତି। ଗତ ମାସରେ ନରିନ୍ଦରଙ୍କ ବିରୋଧରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କାର ଦୁରୁପଯୋଗ ମାମଲାରେ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା। ତେଣୁ ଆଇଓଏର ସଦସ୍ୟମାନେ ବତ୍ରାଙ୍କୁ ଆଇଓଏର ଅଧ୍ୟକ୍ଷ ପଦ ଛାଡିବାକୁ ଦାବି କରିଥିଲେ। ଏହାପରେ ବୁଧବାର ବତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବତ୍ରା ୨୦୧୭ରେ ଅନ୍ତର୍ଜାତୀୟ ହକି ମହାସଙ୍ଘର ମଧ୍ୟ ଅଧ୍ୟକ୍ଷ ହୋଇଥିଲେ।