ପୁରୀ ପରେ ୬୪ ଯୋଗିନୀ ପୀଠରେ ଇଂନଷ୍ଟା ରିଳ୍ସ କଲେ ଯୁବତୀ, ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୁରୀ ଜଗନ୍ନାଥଙ୍କ ମନ୍ଦିର ପରେ‌ ଏବେ ଭୁବନେଶ୍ୱର ୬୪ ଯୋଗିନୀ ପୀଠ ପରିସରରୁ ଭିଡିଓ ଭାଇରାଲ । ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ୍ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ । ଇନଷ୍ଟାଗ୍ରାମ ରିଲ୍ କରି ବିବାଦକୁ ଆସିଛନ୍ତି ଆଉ ଜଣେ ଯୁବତୀ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ମହାମାୟା ଚଉଷଠି ଯୋଗିନୀଙ୍କ ମନ୍ଦିର ଭିତରେ ଯୁବତୀ ଜଣକ ଏହି ଭିଡିଓ କରିଛନ୍ତି । ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍, ଭିଡିଓ ଭାଇରାଲମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ ଥିବା ସତ୍ତ୍ୱେ କିପରି ଏହି ଯୁବତୀ ଜଣକ ସେଠାରେ ଭିଡିଓ କରିଛନ୍ତି ତାକୁ ନେଇ ଏବେ ପ୍ରଶ୍ନ।

ଆଧୁନିକ ଗୀତ ତାଳେ ତାଳେ ନାଚୁଛନ୍ତି ଜନୈକା ଯୁବତୀ । ଏହି ଭିଡିଓଟି ଭାଇରାଲ ହେବା ପରେ ଭକ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ସେପଟେ ଯୁବତୀ ଜଣକ ଜଗସିଂହପୁରର ଆଲବମ ଅଭିନେତ୍ରୀ ବୋଲି ଜଣାପଡ଼ିଛି । ପୂର୍ବରୁ ମଧ୍ୟ ପୁରୀ ଶ୍ରୀମନ୍ଦିର ନିକଟରେ ମଧ୍ୟ ସମାନ ଧରଣର ଚିତ୍ର ଦେଖାଯାଇଥିଲା ।ସୂଚନାନୁସାରେ କିଛି ଦିନ ପୂର୍ବରୁ ଜଣେ ଯୁବତୀ ଶ୍ରୀ ମନ୍ଦିରରେ ସମ୍ମୁଖରେ ହିନ୍ଦୀ ଗୀତରେ ନାଚୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହା ସହ ଶ୍ରମନ୍ଦିର ଆଗରେ ସ୍ଵାମୀ-ସ୍ତ୍ରୀ ମିଶି ଏକ ଭିଡିଓ କରିଥିବାର ସାମ୍ନାକୁ ଆସିଥିଲା। ଏହିପରି ଭିଡିଓ ବାରମ୍ବାର ସାମ୍ନାକୁ ଆସିବା ଚିନ୍ତାର କାରଣ ପାଲଟିଛି। କଡା ପଦକ୍ଷେପ ନନେବା ହେତୁ ଏହାର ପରିଣାମ ବଢିବାରେ ଲାଗିଛି।

Leave A Reply

Your email address will not be published.