ଇତିହାସ ରଚିଲେ ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀ; ବୁକର୍ ପୁରସ୍କାର ଜିତିବାରେ ଏହା ପ୍ରଥମ ହିନ୍ଦୀ ଭାଷା ପୁସ୍ତକ

0

ଦିଲ୍ଲୀ ଲେଖିକା ରଚିଲେ ଇତିହାସ।  ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ହିନ୍ଦୀ ଉପନ୍ୟାସ ‘ରେତ୍ ସମାଧୀ’ ଆନ୍ତର୍ଜାତୀୟ ବୁକ ପୁରସ୍କାର ଲାଭ କରିଛି । କୌଣସି ଭାରତୀୟ ଭାଷାରେ ସମ୍ମାନଜନକ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇବାରେ ‘ରେତ୍ ସମାଧୀ’ ପ୍ରଥମ ଉପନ୍ୟାସ ହୋଇପାରିଛି। ଏହି ଉପନ୍ୟାସଟି ହିନ୍ଦୀରେ ରେତ୍ କି ସମାଧୀ ଭାବରେ ପ୍ରକାଶିତ ହୋଇଥିଲା, ଯାହା ଆମେରିକୀୟ ଅନୁବାଦକ ଡେଜି ରକୱେଲଙ୍କ ଦ୍ବାରା ଇଂରାଜୀରେ ଅନୁବାଦ କରାଯାଇ ଏହାର ନାମ ଟମ୍ୱ ଅଫ୍ ସ୍ୟାଣ୍ଡ ରଖାଯାଇଥିଲା ଏହା ବିଶ୍ୱର ୧୩ ଟି ପୁସ୍ତକ ମଧ୍ୟରୁ ଗୋଟିଏ ହୋଇପାରିଛି ଯାହା ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇଛି | ଆପଣ ଜାଣି ଖୁସି ହେବେ ଯେ ପୁରସ୍କାର ଜିତିବାରେ ଏହା ହେଉଛି ପ୍ରଥମ ହିନ୍ଦୀ ଭାଷା ପୁସ୍ତକ | ଗୁରୁବାର ଦିନ ଲଣ୍ଡନରେ ଏହି ପୁସ୍ତକ ପାଇଁ ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ଗୀତାଞ୍ଜଳି ଶ୍ରୀଙ୍କୁ ୫ ହଜାର ପାଉଣ୍ଡ ପୁରସ୍କାର ରାଶି ମିଳିଛି ଯାହା ସେ ଡେଜି ରକୱେଲ ସହିତ ଅଂଶୀଦାର କରିବେ।

ଏହି ଉପନ୍ୟାସରେ ଜଣେ ୮୦ ବର୍ଷ ବୟସ୍କା ବିଧବାଙ୍କ କାହାଣୀ ରହିଛି ଯିଏ ୧୯୪୭ ମସିହାରେ ଭାରତ ଏବଂ ପାକିସ୍ଥାନ ବିଭାଜନ ପରେ ସ୍ୱାମୀଙ୍କୁ ହରାଇଥିଲେ। ବହୁ ସଂଘର୍ଷ ପରେ, ସେ ନିଜର ଉଦାସୀନତାକୁ ଦୂର କରି ବିଭାଜନ ସମୟରେ ଛାଡିଯାଇଥିବା ଅତୀତର ସାମ୍ନା କରିବାକୁ ପାକିସ୍ତାନ ଯିବାକୁ ସ୍ଥିର କରନ୍ତି। ‘ରେତ୍ କି ସମାଧୀ’ ହେଉଛି ପ୍ରଥମ ହିନ୍ଦୀ ପୁସ୍ତକ ଯାହା କେବଳ ଆନ୍ତର୍ଜାତୀୟ ବୁକର୍ ପୁରସ୍କାରର ଲଙ୍ଗଲିଷ୍ଟ ଏବଂ ସର୍ଟଲିଷ୍ଟରେ ସ୍ଥାନ ପାଇନାହିଁ ବରଂ ଗୁରୁବାର ରାତିରେ ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ମାନ ହାସଲ କରିଛି।

ବିଚାରପତିମାନଙ୍କ ପ୍ୟାନେଲର ଅଧ୍ୟକ୍ଷତା କରିଥିବା ଅନୁବାଦକ ଫ୍ରାଙ୍କ୍ ୱିନ୍ କହିଛନ୍ତି ଯେ ବିଚାରପତିମାନେ ଅତ୍ୟନ୍ତ ଉତ୍ସାହଜନକ ବିତର୍କ ପରେ ବହୁମତ ସାବ୍ୟସ୍ତ କରି ‘ଟମ୍ ଅଫ୍ ସ୍ୟାଣ୍ଡ’ ଶୀର୍ଷକକୁ ଭୋଟ ଦେଇଥିଲେ | ସେ କହିଛନ୍ତି ଯେ ଏହା ଭାରତ ଏବଂ ବିଭାଜନର ଏକ ଚମତ୍କାର ଉପନ୍ୟାସ ବୋଲି ୱିନ୍ କହିଛନ୍ତି।

Leave A Reply

Your email address will not be published.