ଆଜି କେରଳ ଛୁଇଁବନି ମୌସୁମୀ: ଜୁନ୍‌ ପ୍ରଥମ ସପ୍ତାହରେ ଭୁବନେଶ୍ୱର ତାତି ୪୪ ଡିଗ୍ରୀ ଛୁଇଁପାରେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ବିଳମ୍ବରେ ପହଞ୍ଚିବ ମୌସୁମୀ। କେରଳ ଛୁଇଁବାକୁ ଆହୁରି ୨ରୁ ୩ ଦିନ ସମୟ ଲାଗିବ। ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥାଏ। ଚଳିତବର୍ଷ ମୌସୁମୀ ମେ’୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ବୋଲି IMD ଆକଳନ କରିଥିଲା। ଏହାର ପ୍ରାୟ ୧୦ଦିନ ପରେ ଓଡ଼ିଶା ଛୁଇଁଥାଏ। କେରଳ ଛୁଇଁବାରେ ବିଳମ୍ବ ହେଉଥିବାରୁ ଜୁନ୍‌ ୧୦ ପୂର୍ବରୁ ଓଡ଼ିଶାକୁ ମୌସୁମୀର ଆଗମନ ହେବ ନାହିଁ। ଅନ୍ୟପଟେ ପାଖାପାଖି ୬ ଦିନ ଧରି ସ୍ଥିର ହୋଇଯାଇଥିବାରୁ ମୌସୁମୀ ପୁଣି ଆଗେଇବା ଆରମ୍ଭ କରିଛି। ଆସନ୍ତା ୪୮ଘଣ୍ଟା ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆରବ ସାଗର, ସଂପୂର୍ଣ୍ଣ ମାଲାଦ୍ୱୀପ ଓ ଲକ୍ଷାଦ୍ୱୀପର କିଛି ଅଂଶକୁ ଛୁଇଁବ। ଚଳିତ ବର୍ଷ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି କହିଛନ୍ତି ସାଇକ୍ଲୋନ୍‌ ୱାର୍ଣ୍ଣିଂ ସେଣ୍ଟର ନିର୍ଦ୍ଦେଶକ ଆର୍‌.କେ ଜେନାମଣି।

Leave A Reply

Your email address will not be published.