୧୫ବର୍ଷ ଧରି ଲିଭ-ଇନରେ ରହି ଧୋକା ଦେଲେ ମହିଳା ହୋମଗାର୍ଡ,  କୋର୍ଟର ଦ୍ବାରସ୍ଥ ହେଲେ ଯୁବକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମହିଳା ହୋମଗାର୍ଡ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିଯୋଗକାରୀ । ଭୁବନେଶ୍ୱରର ରମେଶ ବେହେରା ନାମକ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ ହୋମଗାର୍ଡ । ଦୀର୍ଘ ୧୫ବର୍ଷ ଧରି ସେ ତାଙ୍କ ସହ ଲିଭ ଇନ ରିଲେସନରେ ରହିଥିଲେ ହେଲେ କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମନ ମନାନ୍ତର ହେବାରୁ ଦୁହିଁଙ୍କ ମଧ୍ୟରେ ବିଛେଦ ହୋଇଯାଇଥିଲା ।

ଏହାକୁ ନେଇ ରମେଶଙ୍କ ପତ୍ନୀଙ୍କୁ ସେ ମହିଳା ହୋମଗାର୍ଡ ପିଟିଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଏୟାରଫିଲ୍ଡ  ଥାନା ସେମାନଙ୍କର ଅଭିଯୋଗପତ୍ର ଗ୍ରହଣ କରିନଥିବାରୁ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ସମ୍ପୃକ୍ତ ମହିଳା ହୋମଗାର୍ଡ ଓ ତାଙ୍କ ସହ ଅନ୍ୟ ଦୁଇ ହୋମଗାର୍ଡଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

କିନ୍ତୁ ଜାନୁଆରୀ ୧୮ତାରିଖରୁ ଘଟଣାର ଏଫଆଇଆର ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ଆକ୍ସନ ନେଉନାହିଁ ପୋଲିସ । ଯାହାଦ୍ୱାରା ସମ୍ପୃକ୍ତ ମହିଳା ହୋମଗାର୍ଡଙ୍କୁ ପୋଲିସ ବଞ୍ଚାଉଛି ବୋଲି କହିଛନ୍ତି ସେ । ଏ ନେଇ ସେ କୋର୍ଟରେ ମଧ୍ୟ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି। ୧୫ ବର୍ଷ ଧରି ଲିଭ ଇନ ରିଲେସନରେ ରହିବାବେଳେ ରମେଶ ତାଙ୍କ ପିଛା ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସମସ୍ତ ଟଙ୍କା ଫେରାଅ ବୋଲି ଦାବି କରିଛନ୍ତି ରମେଶ ।

Leave A Reply

Your email address will not be published.