ଘର ସଜାଡ଼ିବେ ଶରତ, ଜୁନ ୧ ଓ ୨ ତାରିଖରେ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର

0

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍‌): ଜୁନ ୧ ଓ ୨ ରେ ବସିବ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର। ତୃଣମୂଳ ସ୍ତରରୁ ଘର ସଜାଡ଼ିବେ ପ୍ରଦେଶ କଂଗ୍ରେସର ନୁୂଆ ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ବ୍ଲକ ସଭାପତି, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି, ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେବେ।

ସୂଚନାନୁଯାୟୀ, କଂଗ୍ରେସର ଚିନ୍ତନ ଶିବିରର ପ୍ରଥମ ଦିନରେ ଜିଲ୍ଲା ସଭାପତି ଯୋଗଦେବେ। ସେହିପରି ଦ୍ୱିତୀୟ ଦିନରେ ବ୍ଲକ ସଭାପତିମାନେ ଯୋଗ ଦେବେ। କଂଗ୍ରେସକୁ ତୃଣମୂଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେନେଇ ଆଲୋଚନା ହେବ। ଏହି ଚିନ୍ତନ ଶିବିରରେ ପ୍ରଭାରୀ ଡ. ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗଦେବେ। ତେବେ କଂଗ୍ରେସରୁ ଦୂରେଇ ଯାଇଥିବା ନେତାମାନଙ୍କୁ ଶରତ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସକୁ ପୁନଃସଙ୍ଗଠିତ କରିବା ପାଇଁ ଦଳକୁ ଫେରନ୍ତୁ ଛାଡିଥିବା କଂଗ୍ରେସ ନେତା।

Leave A Reply

Your email address will not be published.