ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାରଣାସୀର ଜ୍ଞାନବାପୀ ପରିସରରେ ଏଏସଆଇର ୫୫ ଜଣିଆ ଟିମ୍ ସର୍ଭେ ଜାରି ରଖିଛନ୍ତି । ସପ୍ତଦଶ ଶତାବ୍ଦୀରେ ନିର୍ମିତ ମସଜିଦଟି ଏକ ମନ୍ଦିର ଉପରେ ନିର୍ମିତ ହୋଇଥିଲା କି ନାହିଁ ଜାଣିବା ପାଇଁ ଏହି ସର୍ଭେ କରାଯାଉଛି। ଏଏସ୍ଆଇ ଟିମ୍ ଆସିବା ପୂର୍ବରୁ ଉକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଓକିଲମାନେ କହିଛନ୍ତି, ଜ୍ଞାନବାପୀ ପରିସରରେ କୋର୍ଟ-ନିର୍ଦ୍ଦେଶିତ ସର୍ଭେର ପ୍ରାରମ୍ଭିକ ପର୍ୟ୍ୟାୟ ଶେଷ ହୋଇଛି ଏବଂ ରାଡାର ପରି ବିଭିନ୍ନ ମେସିନ ଦ୍ବାରା ଦ୍ବିତୀୟ ପର୍ୟ୍ୟାୟ ସର୍ଭେ ଚାଲିଛି। ମୁସଲମାନ ଭକ୍ତମାନେ ପ୍ରାର୍ଥନା ପାଇଁ ଆସିଥିବା ବେଳେ ଦିନ ସାଢ଼େ ୧୨ଟାରୁ ୨ ଘଣ୍ଟା ସର୍ଭେ କାର୍ୟ୍ୟ ବନ୍ଦ ରହିଥିଲା।
ଜ୍ଞାନବାପୀ ମାମଲାରେ ହିନ୍ଦୁପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ଓ ସୁଭାଷ ନନ୍ଦନ ଚତୁର୍ବେଦୀ ସର୍ଭେ ସମୟରେ ଉପସ୍ଥିତ ଅଛନ୍ତି। ଜୈନ କହିଛନ୍ତି- ଧୈର୍ୟ୍ୟ ଧର। ଏହା ହେଉଛି ସର୍ଭେର ଚତୁର୍ଥ ଦିନ। ଏଏସ୍ଆଇ ସର୍ବାଧିକ ଯତ୍ନର ସହ ସର୍ଭେ କାର୍ୟ୍ୟ ପରିଚାଳନା କରୁଛନ୍ତି। ଗତକାଲି ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ (ଡିଜିପିଏସ୍)ର ବ୍ୟବହାର କରାଯାଇଥିଲା। ଆଗକୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ମେସିନ ବ୍ୟବହାର କରାଯିବ।