ସୁବର୍ଣ୍ଣରେଖା କେନାଲ ଭିତରକୁ ଖସିଲା ମାଲ ବୋଝେଇ ଟ୍ରକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରସ୍ୟାମ ହରାଇ ସୁବର୍ଣ୍ଣରେଖା କେନାଲ ଭିତରକୁ ଖସିଲା ମାଲ ବୋଝେଇ ଟ୍ରକ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୧୮ କଳାବାଡିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା ସୁବର୍ଣ୍ଣରେଖା କେନାଲର ୨୫ ଫୁଟ ତଳକୁ  ଖସିପଡ଼ିଲା ଟ୍ରକ। ଗୁରୁତର ଡ୍ରାଇଭର ଓ ହେଲପରକୁ ବାରିପଦା ପଠାଯାଇଥିବା ବେଳେ ମୃତ୍ୟୁ ଘଟିଛି।

ସେମାନଙ୍କ ଘର ଆନ୍ଧ୍ରପ୍ରଦେଶରର ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଇ ବୋଡ ବୋଝେଇ ଟ୍ରକଟି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ପ୍ଲାୟଉଡ ନେଇ ବିଶାଖାପାଟଣାରୁ ନେପାଳ ଯାଉଥିବା ଏପି ୦୭ ଟି ଏଫ ୯୩୮୮ ନମ୍ବର ଥିବା ଟ୍ରକ୍ ଭାରସାମ୍ୟ ହରାଇ ପ୍ରଥମେ ପୋଲର ଡିଭାଇଡରରେ ଧକ୍କା ଦେଇ ସୁବର୍ଣ୍ଣରେଖା କେନାଲ ତଳକୁ ଖସି ପଡ଼ିଥିଲା।ଗାଡ଼ି ଭିତରେ ଚାପି ହୋଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଙ୍ଗିରିପୋଷି ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକର କିଛି ଅଂଶ କଟର ସାହାଯ୍ୟରେ କାଟି ଦୁଇଟି ମୃତ ଶରୀରକୁ ବାହାର କରିଥିଲେ। ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବେପାରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

 

Leave A Reply

Your email address will not be published.