ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଟ୍ରେନ ଧକ୍କାରେ ଦନ୍ତା ମୃତ । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସଦର ରେଞ୍ଜ ମେରାମଣ୍ଡଳି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ରେଳଧାରଣା ପାର ହୋଇ ଯାଉଥିଲେ।
ଏହି ସମୟରେ ମାଲବାହୀ ଟ୍ରେନଟି ସେହି ଟ୍ରାକ ଦେଇ ଯିବା ବେଳେ ହାତୀଟିକୁ ଧକ୍କା ଦେଇଥିଲା। ହାତୀଟି ଛିଟିକି ତଳେ ଅନ୍ୟତ୍ର ପଡ଼ିଯାଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ଟ୍ରେନର ଡ଼୍ରାଇଭର କିପରି ତାହା ଜାଣି ପାରିଲେ ନାହିଁ କିମ୍ବା ରେଳଗାଡ଼ି ଡ଼୍ରାଇଭରଙ୍କୁ ସୂଚନା ଦିଆଯାଇନଥିଲା ତାହା ତଦନ୍ତ ପରେ ଜଣାପଡ଼ିବ।
ତେବେ ରେଳବାଇ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଏହି ଦନ୍ତାହାତୀ ମୃତ୍ୟୁବରଣ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି । ଦୀର୍ଘ ଦିନରୁ ଏହି ହାତୀପଲ ଓଡ଼ାପଡ଼ା ବ୍ଲକ ଅଞ୍ଚଳର ଅବାଧରେ ବିଚରଣ କରିବା ସହିତ ଅନେକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଢେ଼ଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ମୋଟଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତଦନ୍ତ ପରେ କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ଜଣାପଡିବ ବୋଲି ଜଣାଯାଇଛି।
Comments are closed.