ସୁସ୍ଥ ସମାଜରେ ରହିବନି ପୃଷ୍ଟିହୀନତା

ଓଡ଼ିଆ ନ୍ୟୁଜ, ବାସୁଦେବପୁର : ସୁସ୍ଥ ସମାଜରେ ରହିବନି ପୃଷ୍ଟିହୀନତା । ହ୍ରାସ ପାଇବ ମାଆ ଓ ଶିଶୁଙ୍କ ମୃତ୍ଯୁ ହାର । ସରକାରଙ୍କ ପୋଷଣ କାର୍ଯ୍ୟକ୍ରମ ଗାଁରୁ ସହର ପର୍ଯ୍ୟନ୍ତ ସଭିଁଙ୍କ ମନରେ ଆତ୍ମ ବିଶ୍ୱାସ ଭରି ଦେଇଛି । ଲଗିଛି ଲମ୍ବା । ରଙ୍ଗ ବେରଙ୍ଗରରେ ସୁସଜ୍ଜିତ ଷ୍ଟଲରେ ଅଙ୍ଗନୱାଡି କର୍ମୀ । ଦେଖିବାକୁ ଲାଗିଛି ଗହଳି । ଭଳିକି ଭଳି ପ୍ରସ୍ତୁତ ହୋଇଛି ସୁସ୍ୱାଦୁ ଖାଦ୍ଯ । ବାଡିରେ ଥିବା ସଜନା ସାଗ, କଦଳୀ,ଅମୃତଭଣ୍ଡା,

କାକୁଡି,ଗାଜର, ଗଜାମୁଗ,ଚକୁଳି ପିଠା, ଗଇଁଠା ବଳି ପିଠା, ପୋଡା ପିଠା, ପାଳଙ୍ଗ ସାଗ, ଡାଲି, ତଟକା ପନିପରିବା ରହିଛି ପ୍ରତିଯୋଗୀ ମନୋଭାବ ନେଇ ସଜାଇଛନ୍ତି ଷ୍ଟଲକୁ । ମାଣ୍ଡିଆରେ ତିଆରି ହୋଇଛି ଭଳିକି ଭଳି ଖାଦ୍ଯ । ସରକାର ଯୋଗାଇ ଦେଉଛନ୍ତି ପ୍ରୋତ୍ସାହନ । ଏହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ସମନ୍ଵିତ ଶିଶୁ ବିକାଶ ଯୋଜନାର ପୋଷଣ କାର୍ଯ୍ୟକ୍ରମ । ଶହ ଶହ ପାତ୍ରରେ ପ୍ରସ୍ତୁତ ହୋଇଛି ମନ ଲୋଭା ଖାଦ୍ଯ । ତାସହିତ ରହିଛି ଫଳ । ଛେନା,କ୍ଷୀର, ଖିଚୁଡି,ମାଣ୍ଡିଆ ଆଦି ଜଣେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପାଇଁ ପୃଷ୍ଟିକର ଖାଦ୍ଯ ଭାବେ ଉଦ୍ଧିଷ୍ଟ । ପୃଷ୍ଟିକର ଖାଦ୍ଯ ପ୍ରତିଯୋଗିତାର ଲକ୍ଷ୍ୟ ।

ବାସୁଦେବପୁର ବ୍ଲକ ଓ ପୌରପାଳିକାର ରହିଛି ୪୨୨ ଗୋଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଏହି କେନ୍ଦ୍ରକୁ ୧୮ ଟି ସେକ୍ଟରରେ ବିଭକ୍ତ କରାଯାଇଛି । ସମସ୍ତ ସେକ୍ଟର ଅଙ୍ଗନୱାଡିକର୍ମୀ ପୋଷଣ କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଭଳିକି ଭଳି ପୃଷ୍ଟିକର ଖାଦ୍ଯ ବୁଲି ଦେଖିଥିଲେ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ ଓ ବିଡିଓ ସତ୍ଯଜିତ ରାଉତ । ମାଆ ଓ ଶିଶୁଙ୍କ ପୃଷ୍ଟିକର ଖାଦ୍ଯ ଯୋଗାଇଦେବା ଓ ମାଆ ଓ ଶିଶୁଙ୍କ ମୃତ୍ୟୁ ହାର କମିଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ କାର୍ଯ୍ୟକ୍ରମ ।

Comments are closed.