ପଞ୍ଚାୟତ ସମିତି ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତି ପକ୍ଷରୁ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଏହି ଶିବିର ସକାଳ ୧୦ ଟାରେ ଆରମ୍ଭ ହୋଇଥଲା ।

ଏହି ଶିବିର କୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠ ପାଲି, ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ, ଉପ ଜିଲ୍ଲାପାଳ,ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ, ବିଡ଼ିଓ ସଞ୍ଜୀବ ସାହୁ ଉପସ୍ଥିତ ରହି ଥିଲେ । ଏହି ପରିପ୍ରେକ୍ଷୀରେ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଙ୍ଗଲ, ଜଳ, ବିଦ୍ୟୁତ୍ ଏବଂ ଅନ୍ୟ ସମସ୍ତ ବିଭାଗର କାର୍ଯ୍ୟ ଉପରେ ଆଲୋଚନା ହେବା ସହିତ ବିଭିନ୍ନ ପଞ୍ଚାୟତ ଏବଂ ପୌରାଞ୍ଚଳ ରୁ ଆସିଥିବା ସାଧାରଣ ଜନତା ଙ୍କ ସମସ୍ତ ଅଭିଯୋଗ ଶୁଣାଣୀ କରିଥିଲେ । ରାସନ କାର୍ଡରେ ନାମ ସଂଯୋଗ ଓ ନୂତନ କାର୍ଡ ର ସମସ୍ୟା ଉପରେ ମଞ୍ଚାସୀନ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆବାସ ଯୋଜନା ରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ଵ ଦିଆଯାଉ ବୋଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବାସୁଦେବପୁର ତହସିଲ ଅଧିନରେ ଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ, ତହସିଲ ଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିର ସରିବା ପରେ ବାସୁଦେବପୁର କଂଗ୍ରେସ ଦଳ ର ବିଧାୟକ ଅଶୋକ କୁମାର ଦାସ ଙ୍କୁ ସାଧାରଣ ଜନତା ଭେଟି ନିଜନିଜର ଅଭିଯୋଗ ଜଣାଇଥିଲେ । ଏହି ଅବସର ରେ ବିଭିନ୍ନ ବିଭାଗର ସମସ୍ତ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।

Comments are closed.