ରେଲୱେ ଟ୍ରାକ୍‌ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଗତ ରବିବାର ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳି ଥିବା ବେଳେ ଗତ ରାତିରେ ରାଜସ୍ଥାନର ଆଜମେରରେ ବି ସମାନ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏକ ଟ୍ରେନ୍‌ । କାନପୁରରେ ଟ୍ରାକ୍‌ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ତାହାକୁ ଧକ୍କା ଦେଇଥିଲା।

ସେହିପରି ଗତ ରାତିରେ ଅଜମେରର ସରାଧନା ଓ ବାଁଗଡ଼ ଗ୍ରାମ ରେଲୱେ ଟ୍ରାକ୍‌ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା। ଏହାର ଓଜର ୭୦ କେଜି ବୋଲି ଜଣାପଡ଼ିଛି। ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ୍‌ କରାଇବାକୁ କେହି ଅଜ୍ଞାତ ବ୍ୟକ୍ତି ଚେଷ୍ଟା କରିଥିବା ବେଳେ ତାଙ୍କ ଚେ‌ଷ୍ଟା ବିଫଳ ହୋଇଛି। ଅଜ୍ଞାତ ଷଡ଼ଯନ୍ତ୍ରକାରୀ ରେଳ ଟ୍ରାକ୍‌ରେ ୭୦ କିଲୋ ଓଜନର ଲେଖାଏ ୨ଟି ସିମେଣ୍ଟ ବ୍ଲକ୍ ରଖି ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରାଇବାକୁ ‌‌ଯୋଜନା କରିଥିଲେ।

ମାତ୍ର ଟ୍ରେନ୍‌ଟି ସେହି ସିମେଣ୍ଟ୍‌ ବ୍ଲକ୍‌କୁ ଧକ୍କା ଦେବା ପରେ ବି ଲାଇନ୍‌ଚ୍ୟୁଚ୍‌ ନ ହୋଇ ଯାତ୍ରା ଜାରି ରଖିବାରେ ସକ୍ଷମ ହୋଇଥିଲା। ଧକ୍କା ହେବା ପରେ ବି ଟ୍ରେନ୍‌ର କୌଣସି କ୍ଷୟକ୍ଷତି ହୋଇନାହିଁ। ଏନେଇ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଅରମ୍ଭ କରିଛି। ଟ୍ରେନ୍‌କୁ ଲାଇନଚ୍ୟୁତ୍‌ କରିବା ନିମନ୍ତେ କିଏ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

Comments are closed.