ନୂଆ ବର୍ଷରେ ନୂଆ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଡ୍ର’ରେ ସିରିଜ୍ ଶେଷ କରିବାକୁ ଭାରତୀୟ ଦଳକୁ ଯେକୌଣସି ମତେ ଦ୍ୱିତୀୟ ମ୍ୟାଚ୍ ଜିତିବାକୁ ପଡିବ ।

ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଥମ ଟେଷ୍ଟ ତୁଳନାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ଡ୍ର’ରେ ସିରିଜ୍ ଶେଷ କରିବା ଲକ୍ଷ୍ୟରେ ରହିଛି । ଭାରତୀୟ ଦଳ ବିଜୟ ସହ ନୂଆ ବର୍ଷ ଆରମ୍ଭ କରିବାକୁ ଚାହୁଁଛି ।

ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ସହିତ ଭାରତୀୟ ଦଳକୁ ସ୍ଲୋ ଓଭର ପାଇଁ ଦାୟୀ କରାଯାଇଥିଲା । ଯେଉଁଥିପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପଏଣ୍ଟ ଟେବୁଲରୁ ଆଉ ଦୁଇଟି ପଏଣ୍ଟ କଟାଯାଇଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିବା ଯାତ୍ରା ଅଧିକ କଷ୍ଟସାଧ୍ୟ ହୋଇପଡିଛି ।

Leave A Reply

Your email address will not be published.