ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା “ବିପର୍ଯ୍ୟୟ”

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ‘ବିପର୍ଯ୍ୟୟ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିଛି। ବାତ୍ୟା ଭାରତର କୌଣସି ରାଜ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ନାହିଁ। ହେଲେ ଏହା ପ୍ରଭାବ ଗୋଆ, କେରଳ, କର୍ଣ୍ଣାଟକା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପଡ଼ିବ ବୋଲି ଅକାଳନ କରାଯାଇଛି। ଏଥିପାଇଁ ଏହି ସବୁ ରାଜ୍ୟଗୁଡ଼ିକ ଆଲର୍ଟରେ ରହିଛନ୍ତି।

‘ବିପର୍ଯ୍ୟୟ’ ଏବେ ଗୋଆ ଠାରୁ ୮୬୦ କିମି ଦୂର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଏହା ୧୩ ତାରିଖ ବେଳକୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡଫଲ କରିପାରେ। ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବ-କେନ୍ଦ୍ରୀୟ ଆରବ ସାଗରେ ଉପରେ ରହିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ବର୍ତ୍ତମାନ ‘ବିପର୍ଯ୍ୟୟ’ ପ୍ରଭାବରେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୩୫ରୁ ୧୪୫ କିମି ବେଗରେ ପବନ ବହିବାରେ ଲାଗିଛି।

ଜୁନ ୧୨ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ବାତ୍ୟା ‘ବିପର୍ଯ୍ୟୟ’ର ସର୍ବାଧିକ ପ୍ରଭାବ ଗୋଆ, ମହାରାଷ୍ଟ୍ର ଓ କର୍ଣ୍ଣାଟକା ଉପରେ ପଡ଼ିପାରେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗୁଜରାଟ ସରକାର ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି। ଆରବ ସାଗର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ସେହିପରି ସମୁଦ୍ର ଭିତରେ ଥିବା ଧୀବରମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଉଛି।

ଆରବ ସାଗରୁ ଲାଗିଥିବା ଭାରତ, ଓମାନ, ଇରାନ ଓ ପାକିସ୍ତାନ ଉପରେ ‘ବିପର୍ଯ୍ୟୟ’ର ପ୍ରଭାବ କ’ଣ ସବୁ ରହିବ, ତା’ର ବିସ୍ତୃତ ତଥ୍ୟ ଆଇଏମଡି ଏଯାଏ ଦେଇନି।

ବାତ୍ୟା ବିପର୍ଯ୍ୟୟ ଯୋଗୁ ମୌସୁମୀର ଆଗମନ ମଧ୍ୟ ବିଳମ୍ବ ହୋଇଛି। ଆଜି ମୌସୁମୀ ସପ୍ତାହେ ବିଳମ୍ବରେ କେରଳ ଛୁଇଁଛି।

Leave A Reply

Your email address will not be published.