ଦାରିଙ୍ଗବାଡି(ଓଡ଼ିଆ ନ୍ୟୁଜ୍): ସିଜିଙ୍ଗାଣ୍ଡ ଘାଟିରେ ଓଲଟିଲା ଯାତ୍ରୀ ବୋଝେଇ ଟ୍ରକ୍ । ନବ ବିବାହିତା ଝିଅ ଘରକୁ ଘର କରଣା ନେଇ ଯାଉଥିବା ବେଳେ ଟ୍ରକଟି ଓଲଟି ପଡ଼ିଛି । ଫଳରେ ଟ୍ରକରେ ଥିବା ଶତାଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ନବ ବିବାହିତା ଝିଅ ଘରକୁ ଘର କରଣା ନେଇ ଯାଉଥିବା ଏକ ଯାତ୍ରୀବାହୀ ଟ୍ରକ୍ ପୁଟୁଡୁମାହାରୁ କୁଡିଗୁଜା ଯିବା ବେଳେ ସିଜିଙ୍ଗାଣ୍ଡ ଘାଟିରେ ଟ୍ରକ୍ଟି ଓଲଟି ପଡିଛି । ଟ୍ରକରେ ୧୦୦ରୁ ଅଧିକ କନ୍ୟା ଯାତ୍ରୀ ଥିଲେ । ଦୁର୍ଘଟଣାରେ ଶତାଧିକ ଲୋକେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି ।