ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢାର ମାନ ଯାଞ୍ଚ ହେବ।
ଫୁଡ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । କେବଳ ଅବଢା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ ।ବାଲାଜୀ ମନ୍ଦିର ଭଳି ଘଟଣା ଘଟିବା ପୂର୍ବରୁ ସଜାଗ ହେବାକୁ ପଡିବ । ଶ୍ରୀଜଗନ୍ନାଥ ମନ୍ଦିରରେ ଏହା କରିବାକୁ ଦେବୁନୁ ବୋଲି ମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିରରେ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହିତ ଖୁବ ଶୀଘ୍ର ଫୁଡ୍ ଇନସ୍ପେକ୍ଟର ନିଯୁକ୍ତ କରାଯାଇ ମହାପ୍ରଭୁଙ୍କର ରୋଷ ଘରକୁ ଯାଉଥିବା ସମସ୍ତ ସାମଗ୍ରୀ ସାମଗ୍ରୀ ଏବଂ ଅବଢାର ମାନ ଯାଞ୍ଚ ହେବ ।
ଏଥିସହିତ ମହାପ୍ରସାଦ ଲାଗି ବ୍ୟବହୃତ ହେଉଥିବା ଘିଅର ମାନ ମଧ୍ୟ ଯାଞ୍ଚ ହେବ । ଏଥିପାଇଁ ଫୁଟ୍ ଇନସ୍ପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ।