ଖାତକୁ ଖସିଲା ଡମ୍ପର: ୨୨ ଶ୍ରମିକ ମୃତ

0

ଓଡ଼ିଆ ନ୍ୟୁଜ୍: ଅରୁଣାଚଳ ପ୍ରଦେଶରେ ଖାତକୁ ଖସିଲା ଡମ୍ପର; ୨୨ ଶ୍ରମିକ ମୃତ।ଅଞ୍ଜୱା ଜିଲ୍ଲାର ଚଗ୍ଲଗାମ ଅଞ୍ଚଳରେ କାମ କରିବାକୁ ଗଲା ବେଳେ ଦୁର୍ଘଟଣା।ମୃତ ସମସ୍ତ ଶ୍ରମିକ ଆସାମର ହୋଇଥିବା ସୂଚନା। ସୂଚନା ମୁତାବକ, ଡିସେମ୍ବର ୮ରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ଟି ୧୦୦୦ଫୁଟ୍ ଗଭୀରକୁ ଖସିପଡ଼ିଥିବାରୁ କେହି ଏ ଦୁର୍ଘଟଣା ବିଷୟରେ ଜାଣିପାରିନଥିଲେ। ଡିସେମ୍ବର ୧୦ରେ ଜୀବିତ ଥିବା ଶ୍ରମିକ Chipra GREF Campରେ ପହଞ୍ଚି ଖବର ଦେବା ପରେ ଦୁର୍ଘଟଣା ବିଷୟରେ ଜଣାପଡ଼ିଥିଲା। ଖବର ପାଇ ଏବେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ଭାରତୀୟ ସେନା, ସ୍ଥାନୀୟ ପୁଲିସ, NDRF, SDRF ଏବଂ ଜିଲ୍ଲା କର୍ତ୍ତୃପକ୍ଷ।

ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ସମୟରେ ସମସ୍ତ ଶ୍ରମିକମାନେ ନିର୍ମାଣ କାମ ପାଇଁ ନିର୍ମାଣ ସ୍ଥାନକୁ ଯାଉଥିଲେ। ଏହି ସମୟରେ ପାହାଡ଼ିଆ ରାସ୍ତାରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍‌ଟି ତଳକୁ ଖସିପଡ଼ିଥିଲା। ଏପର୍ଯ୍ୟନ୍ତ ୧୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଖୋଜା ଚାଲିଛି।

 

Leave A Reply

Your email address will not be published.