ପୂର୍ବ ସରକାରରେ ନିୟମିତ ନିଯୁକ୍ତି ନ ଥିଲା: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନିଯୁକ୍ତି ମେଳାରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌। ପୂର୍ବ ସରକାରରେ ନିୟମିତ ନିଯୁକ୍ତି ଦିଆଯାଉ ନ ଥିଲା। ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା, ପୂରଣ କରାଯାଉ ନଥିଲା। କେତେକଙ୍କୁ ଠିକା କର୍ମଚାରୀ ଭାବେ ରଖି କାମ ଚଳାଇ ନେଉଥିଲେ। ନିୟମିତ କର୍ମଚାରୀ ନ ଥିବାରୁ ବଜେଟ୍‌ ଖର୍ଚ୍ଚ ହୋଇ ପାରୁ ନ ଥିଲା।ଆଉଟସୋର୍ସିଂ କର୍ମଚାରୀ ରହିଲେ ତଥ୍ୟ ବାହାରକୁ ଯିବା ଆଶଙ୍କା ରହୁଛି।

ଲୋକଙ୍କ ସରକାରର ଜଣେ ଜଣେ ପ୍ରତିନିଧି ଭାବରେ ଜନତାଙ୍କ ହିତ ପାଇଁ ତଥା ଜନକଲ୍ୟାଣକୁ ଗୁରୁତ୍ୱ ଦେଇ ସମାଜ ଓ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରନ୍ତୁ। ଆପଣମାନେ ସେବା ମନୋଭାବ ନେଇ ଲୋକଙ୍କ ପାଇଁ କାମ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ତ୍ରୟୋଦଶତମ ନିଯୁକ୍ତି ମେଳା ଅବସରରେ ତିନୋଟି ବିଭାଗରେ ନବ ନିଯୁକ୍ତ ୫୯୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏହା କହିଛନ୍ତି।

Leave A Reply

Your email address will not be published.