୧୫ ଫୁଟ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍‌

0

ଓଡ଼ିଆ ନ୍ୟୁଜ୍: ଜଳେଶ୍ୱରରେ ୧୫ ଫୁଟ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍‌। ବସ୍ତା ଥାନା NH- ୧୬ ମଥାନୀ ଛକରେ ଭାରସାମ୍ୟ ହରାଇ ଓଲଟିଲା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ଆସାମ ଯାଉଥିଲା ଟ୍ରକ୍‌। ସୂଚନା ଅନୁଯାୟୀ  ଟ୍ରକଟି ୬୦ ନମ୍ବର ଜାତୀୟ ରାଜପଥରେ ଆସାମରୁ ବିଶାଖାପାଟଣା ଅଭିମୁଖେ ଅଦା ବୋଝେଇ କରି ଯାଉଥିଲା ।

ତେବେ ଘନ କୁହୁଡି ହେତୁ ଭିଜିବିଲିଟି କମ୍ ଥିଲା । ଫଳରେ ଡ୍ରାଇଭର ହରାଇ ବସିଥିଲେ ଭାରସାମ୍ୟ । ଫଳରେ ଟ୍ରକଟି ବ୍ରିଜ ତଳକୁ ଖସି ପଡିଥିଲା । ନଦୀରେ ଗାଡିର ଇଂଜିନ ବୁଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଡ୍ରାଇଭର ଆଉ ହେଲପର ଅଳ୍ପକେ ରକ୍ଷା ପାଇଥିଲେ । ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରରେ ପହଞ୍ଚି ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.