ରଥ ଚକା ତଳେ ପଡ଼ି ଚାଲିଗଲା ଭକ୍ତଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ୍: ରଥ ଚକା ଚାଲେ ଚାଲିଗଲା ଭକ୍ତଙ୍କ ଜୀବନ।ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ରଥଟଣା ବେଳେ ଅଘଟଣ ଘଟିଛି। ରଥ ଚକ ମାଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶିବରାମ ବେହେରା (୩୨)। ଶ୍ରଦ୍ଧାଳୁମାନେ ରଥ ଟାଣିବା ବେଳେ ଭିଡ ମଧ୍ୟରେ ଶିବରାମ ତଳେ ପଡ଼ି ଯାଇଥିଲେ।

ତାଙ୍କ ଉପରେ ରଥ ଚକ ମାଡିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଗ୍ରାମବାସୀ ଶିବରାମଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ ମଧ୍ୟ ମୃତ୍ୟୁ ଘଚିଛି।

Leave A Reply

Your email address will not be published.