ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥାଏ । ଯାହାକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ କରିଥିଲେ ଏକାଧିକ ବିଧାୟକ । ଯାହାକୁ ଦୃଷ୍ଟିରେ ରଖି ଛତୁଆର ମାନ ଯାଞ୍ଚ କରି ଏନେଇ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେବା ସହ ନିମ୍ନମାନର ଛତୁଆ ଯୋଗାଣ କେଉଁ ଅନୁଷ୍ଠାନ କରିଛନ୍ତି, ସେ ବାବଦରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଗୃହରେ ବିବୃତି ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

ସୂଚନାଯୋଗ୍ୟ, ଛତୁଆ ଯୋଗାଣକୁ ନେଇ ଆଜି ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଛତୁଆ ବଦଳରେ ଗହମ ଚିନି କେବଳ ଦିଆଯାଉଛି। ସେ ଛତୁଆକୁ ପିଲା ନୁହେଁ ଗାଈଗୋରୁ ଖାଉଛନ୍ତି। ଭଲ ଛତୁଆ ଯୋଗାଣ ପାଇଁ ଟେଣ୍ଡର ଡାକନ୍ତୁ ସରକାର। ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯାଞ୍ଚ ପାଇଁ ସୁପରଭାଇଜର ଏବଂ ମାତୃ କମିଟି ଗଠନ ହୋଇଛି। ସେମାନେ ଯାଞ୍ଚ କରୁଛନ୍ତି।

Comments are closed.