ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ସରି ସରି ସରିଟ୍ଟ ୟାର ମୁଁ ବହୁତ୍ ଖରାପ ଝିଅ । ମତେ ଭୁଲି ଯିବୁ ଆଉ ଭଲରେ ଲାଇଫ ତିଆରି କରିବୁ । ଆଇ ଲଭ୍ ୟୁ ସାନ, ତତେ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ, ହେଲେ ରହି ପାରୁନି । ହଁ ଆଜ୍ଞା ମୃତ୍ୟୁ ପୂର୍ବରୁ ସୁଇସାଇଡ ନୋଟରେ ଏମିତି କିଛି ଲେଖିଯାଇଛନ୍ତି ଟେଲି ଅଭିନେତ୍ରୀ ରଶ୍ମିରେଖା । ଯାହା ସାମ୍ନାକୁ ଆସିବା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି । ସୁଇସାଇଡ ନୋଟରେ ସନ୍ତୋଷଙ୍କୁ ରଶ୍ମି ବହୁତ ଭଲ ପାଉଥିବା କଥା ଲେଖାଅଛି। ଏହାସହ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁ ବୋଲି ଲେଖିଛନ୍ତି ରଶ୍ମିରେଖା । ତେବେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିବାରୁ ସେ ବାପା ମାଆଙ୍କୁ କ୍ଷମା ମାଗିଛନ୍ତି ।
ସେପଟେ ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି ଅନେକ କିଛି ଘଟଣା । ଏକଥା ଲେଖାଯାଇଛି ଯେ, ବାବା କେବେ ବି ସନ୍ତୋଷକୁ ଦୋଷ ଦେବନି । ତାର ଯଦି କିଛି ହୁଏ, ମୁଁ କାହାକୁ ବି ଛାଡିବିନି । ତେବେ ଏ ସୁଇସାଇଡ ନୋଟକୁ ନେଇ ସସପେନ୍ସ ବଢିବଢୁଥିବା ବେଳେ ସନ୍ତୋଷ ହିଁ ନିଜେ ରଶ୍ମିକୁ ହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ ।