ଦୁଇ ମାସ ପରେ ଫେରାର ଥିବା ଆକ୍ରମଣକାରୀ ଅଭିଯୁକ୍ତ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୋଲି ଖେଳ ବେଳେ ରେଳ ବିଭାଗ କର୍ମଚାରୀଙ୍କୁ ସଙ୍ଗବଧ ଆକ୍ରମଣରେ ତାଙ୍କର ମୃତ୍ୟ ହୋଇଥିଲା। ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଆକ୍ରମଣକାରୀ ଅଭିଯୁକ୍ତକୁ ଦୀର୍ଘ ଦୁଇ ମାସ ପରେ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ ସୁରେଶ ସାହୁ ଓରଫ ବବୁଲୁ।

ତାଙ୍କ ଘର ବାହାର ହୋଇଥିବା ବେଳେ ସେ ସ୍ଥାନୀୟ ବାଘରାରୋଡ, ୱାର୍ଡ ନମ୍ବର ୧୯ ଅଞ୍ଚଳରେ ଭଡା ସୂତ୍ରରେ ରହୁଥିଲେ। ସଙ୍ଗବଧ ଭାବେ ଘଟଣା ଭିଆଇବା ପରେ ସମସ୍ତେ ଫେରାର ଥିବା ବେଳେ ଦୁଇ ମାସ ପରେ ପ୍ରଥମ ଅଭିଯୁକ୍ତ ଜଣକ ପୁଲିସ ପଞ୍ଚାରେ ପଡିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଭଞ୍ଜପୁର ଥାନା ଅନ୍ତର୍ଗତ ବାଘରାରୋଡ ସ୍ଥିତ ରେଳ କ୍ରସିଂରେ ପଶ୍ଚିମବଙ୍ଗର ଖଡ଼ଗପୁର ଅଞ୍ଚଳର ଏ ରବି(୨୮) ରେଳ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ।

ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଯୁବକ ମାନେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ଯୁକ୍ତିତର୍କ ବଢିବାରୁ ଯୁବକ ମାନେ ସଙ୍ଗବଧ ଭାବେ ଏ ରବିଙ୍କୁ ପିଟାମରା କରିଥିଲେ। ସେ ଗୁରୁତ୍ୱର ହୋଇଥିବା ବେଳେ ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିଲା। ଯାହାକୁ ନେଇ ରେଳ ସୁରକ୍ଷା ବଳ ପକ୍ଷରୁ ରେଳ ବିଭାଗ ଥାନାରେ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

Leave A Reply

Your email address will not be published.