ପୁଣି ଦେଶରେ ବଡ଼ ଧରଣର ଠକେଇ: ୨୮ଟି ବ୍ୟାଙ୍କକୁ ଚୂନ ଲଗାଇଛି ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ୍‌ ଲିମିଟେଡ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁଣି ବଡ଼ ଧରଣର ବ୍ୟାଙ୍କ ଠକେଇର ସାମ୍ନା କରିଛି  ଦେଶର ୨୮ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା।  ଗୁଜୁରାଟର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ୍‌ ଲିମିଟେଡ  ଏହି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ ଚୂନ ଲଗାଇଛି।   ଏହା ଭାରତର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି। କମ୍ପାନୀ ମୋଟ ୨୨ହଜାର ୮୪୨ କୋଟି ଠକେଇ କରିଥିବା ସୂଚନା ମିଳିଛି।

 SBI, ICICI, IDBI, PNB, ବ୍ୟାଙ୍କ ଅଫ୍‌ ବରୋଦା ଓ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଠକେଇର ଶିକାର ହୋଇଛି। ଏନେଇ କମ୍ପାନୀର ନିର୍ଦ୍ଦେଶକଙ୍କ ମାନଙ୍କନାଁରେ ଜାତୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ମାମଲା ରୁଜୁ କରିଛି । କମ୍ପାନୀର ବର୍ତମାନର ସିଏମସି ଋଷି କମଲେଶ ଅଗ୍ରୱାଲ, କମ୍ପାନୀର ସିଇଓ ସନ୍ଥନମ ମୁଥସ୍ୱାମୀ, ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ଶୁଶିଲ କୁମାର ଅଗ୍ରୱାଲ ଏବଂ ରବି ବିମଲ ନେଭେଟିଆଙ୍କ ବିରୋଧର ସିବିଆଇ ମାମଲା ରୁଜୁ କରିଛି । ଏହା ପୂର୍ବରୁ ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ମେହୁ ଚୋକସି ୧୪ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିଲେ ।

Leave A Reply

Your email address will not be published.