ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଡୁଆରେ ପଡିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା । ଦେଇଥିବା ମିଆଁ ମୁସଲିମ ବୟାନ ପାଇଁ ତାଙ୍କ ବିରୋଧରେ ୧୮ଟି ଦଳ ପୁଲିସ୍ରେ ଅଭିଯୋଗ ଦାଖଲ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟରେ ଥିବା ୧୮ଟି ଦଳ ଅଭିଯୋଗ କରିଛନ୍ତି ଯେ ବିଶ୍ୱଶର୍ମା ନିଜର ବୟାନ ମାଧ୍ୟମରେ ଦୁଇ ସଂପ୍ରଦାୟ ମଧ୍ୟରେ ଘୃଣା ଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।
ଆସାମ କଂଗ୍ରେସ ମୁଖ୍ୟ ଭୂପେନ ବୋରା କହିଛନ୍ତି, “ଆସାମରେ ୧୮ଟି ବିରୋଧୀ ଦଳ ରହିଛି। ସମସ୍ତେ ମିଳିତ ଭାବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ପୁଲିସ୍ରେ ଅଭିଯୋଗ ଦାଖଲ କରିଛନ୍ତି। ଲୋକସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ପର ଠାରୁ ଆସାମ ମୁଖ୍ୟମନ୍ତ୍ରୀ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏପରି କି ସେ ବିଧାନସଭା ଭିତରେ ମଧ୍ୟ ଅତ୍ୟନ୍ତ ସମ୍ବେଦଶୀଳ ବୟାନ ଦେଉଛନ୍ତି। ଆମେ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଲେଖିବୁ। ଏହାର ଜବାବରେ ବିଶ୍ୱଶର୍ମା କହିଥିଲେ, “କାହିଁକି ଲୋୟର ଆସାମର ଲୋକମାନେ ଅପର ଆସାମକୁ ଯିବେ? ଏହା ଦ୍ୱାରା ମିଆଁ ମୁସଲିମ ଆସାମକୁ ଦଖଲ କରିବେ? ଆମେ ଏପରି ହେବାକୁ ଦେବୁ ନାହିଁ।
ବିବାଦ ଦେଖା ଦେବାକୁ ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ “ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଗୋପିନାଥ ବୋରଡୋଲୋଇ ଯେଉଁ କଥା କହିଥିଲେ ମୁଁ ତା’କୁ ଦୋହରାଇଛି। ସେ ସମାନ କଥା ବିଧାନସଭାରେ କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଷ୍ଣୁରାମ ମେଧହି ମଧ୍ୟ ଏକଥା କହିଥିଲେ। ମୁଁ କୌଣସି କଥାକୁ ଯୋଡ଼ି ନାହିଁ କିମ୍ବା ଏଥିରେ କିଛି ବି ଯୋଡ଼ି ନାହିଁ। ଯଦି ସେମାନଙ୍କୁ ଏଫଆଇଆର ଫାଇଲ କରିବାର ଅଛି, ତା’ହେଲେ ସେମାନେ ସମସ୍ତଙ୍କ ବିରୋଧରେ ଏଫଆଇଆର ଦିଅନ୍ତୁ।
Comments are closed.