ଓଡ଼ିଆ ନ୍ୟୁଜ୍: ଇରାନ ଉପରେ ଆମେରିକର ଆକ୍ରମଣ। ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା । ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ସୋସିଆଲ ଜରିଆରେ ସୂଚନା ଦେଇଛନ୍ତି । ଯୁଦ୍ଧର ଦଶମ ଦିନରେ ଇସ୍ରାଏଲ ସପକ୍ଷରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି । ଜୁନ୍ ୧୩ ରେ ଇରାନ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ ।
ସେବେ ଠାରୁ ଉଭୟ ଦେଶ ପରସ୍ପର ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ।ଇସ୍ରାଏଲ ଆକ୍ରମଣରେ ଇରାନରେ ପ୍ରାୟ ୫ ଶହ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହା ଭିତରେ ଇରାନର ବରିଷ୍ଠ ସେନାଧିକାରୀ, ପରମାଣୁ ବୈଜ୍ଞାନିକ ଅଛନ୍ତି । ସେପଟେ ଇସ୍ରାଏଲ ଉପର ଇରାନ ଘନ ଘନ ଡ୍ରୋନ୍ ଓ ମିସାଇଲ ମାଡ଼ କରୁଛି । ଫଳରେ ଇସ୍ରାଏଲରେ ମଧ୍ୟ କ୍ଷୟକ୍ଷତି ହୋଇଛି ।ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ ଏକ ନୂଆ ମୋଡ଼ ଆସିଛି।
ପ୍ରଥମ ଥର ପାଇଁ, ଆମେରିକୀୟ ସେନା ସିଧାସଳଖ ହସ୍ତକ୍ଷେପ କରି ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ, ଇସଫାହାନ, ନାଟାଞ୍ଜ ଏବଂ ଫୋର୍ଡୋ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ, ଇରାନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛି। ଇରାନ କହିଛି, ଆପଣ ଏହାକୁ ଆରମ୍ଭ କରିଥିଲେ, ଆମେ ଏହାକୁ ସମାପ୍ତ କରିବୁ।