ବେଙ୍ଗାଲୁରୁରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

0

ଓଡ଼ିଆ ନ୍ୟୁଜ୍: ପୁଣି ଏକ ବଡ ବିମାନ ଦୁର୍ଘଟଣାରୁ ବର୍ତିଲେ ଯାତ୍ରୀ। ଗୌହାଟିରୁ ଚେନ୍ନାଇ ଯାଉଥିବା ବିମାନର ଜରୁରୀ ଅବତାରଣ। ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬E-୬୭୬୪ (ଏୟାରବସ A୩୨୧), ୧୬୮ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି।

ଚେନ୍ନାଇ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ପାଇଲଟ ବିମାନକୁ ବୁଲାଇ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ପର୍ଯ୍ୟାପ୍ତ ଇନ୍ଧନ ନ ଥିବାରୁ ଏକ ମେଡେ କଲ ଦେବାରୁ ଏହି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ଏକ ବିମାନରେ ଏକ ଗମ୍ଭୀର ବିପଦପୂର୍ଣ୍ଣ ପରିସ୍ଥିତିକୁ ସୂଚିତ କରିଛି।

ବିମାନଟି ଅପରାହ୍ନ ୪:୪୦ରେ ଗୌହାଟିରୁ ଉଡ଼ାଣ ଭରିଥିଲା। ସା ୭:୪୫ ରେ ଏହା ଚେନ୍ନାଇରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଲ୍ୟାଣ୍ଡିଂ ଗିଅର୍‌ ରନୱେକୁ ସ୍ପର୍ଶ କରିବା ପରେ, ପାଇଲଟ ‘ଗୋ ଆରାଉଣ୍ଡ’ ନିଷ୍ପତ୍ତି ନେଇଥିଲେ। ବିମାନକୁ ପୁଣି ଆକାଶକୁ ଫେରାଇ ଦିଆଯାଇଥିଲା। କ୍ୟାପ୍ଟେନ ଯେତେବେଳେ ଡିଷ୍ଟ୍ରେସ ମେଡେ୍‌ କଲ ଦେଇଥିଲେ ସେତେବେଳେ ବିମାନଟି ବେଙ୍ଗାଲୁରୁ ବିମାନବନ୍ଦରରୁ ପ୍ରାୟ ୩୫ ମାଇଲ ଦୂରରେ ଥିଲା।ବିମାନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

Leave A Reply

Your email address will not be published.