ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ଟି ଗେଟ, ସମୁଦାୟ ୧୪ ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଆଜି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା। ଗତକାଲି ୧୦ଟି ଗେଟ୍ ଖୋଲିଥିଲା।  ଆଜିର ୪ଟି ମିଶି ମୋଟ ୧୪ଟି ଗେଟ୍ ଖୋଲାଯାଇଛି।

ଛତିଶଗଡ଼ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସିଥିଲା। ଫଳରେ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇଥିଲା। ଡ୍ୟାମର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଏବେ ଡ୍ୟାମକୁ ୩,୯୭,୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୭ ଫୁଟ୍ ରହିଛି।

Leave A Reply

Your email address will not be published.