ଆଉ କରୋନାକୁ ଡର ନାହିଁ, ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଦେହରେ ରହିଛି ଆଣ୍ଟିବଡି: RMRC Report

0

ମହାମାରୀ କରୋନା ବିପକ୍ଷରେ ଲଢ଼ିବା ପାଇଁ ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ରହିଛି । ଏହାଛଡ଼ା ୯୩ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ମଧ୍ୟ କରୋନା ବିରୋଧରେ ଲଢ଼ିବା ପାଇଁ ଶକ୍ତି ସୃଷ୍ଟି ହୋଇଛି । ନିକଟରେ ୧୨ ଜିଲ୍ଲାରେ କରାଯାଇଥିବା ସେରୋଲୋଜିକାଲ ସର୍ଭେରୁ ଏହି ରିପୋର୍ଟରୁ ହସ୍ତଗତ ହୋଇଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ସଂଘମିତ୍ରା ପତି ଏନେଇ ସବିଶେଷ ସୂଚନା ଦେଇଛନ୍ତି ।

ଡା. ପତି କହିଛନ୍ତି ଯେ, ସେରୋ ସର୍ଭେ ଗତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିଥିଲା । ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ୧୨ ଜିଲ୍ଲାକୁ ଏଥିରେ ସାମିଲ କରାଯାଇଥିଲା । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ସମ୍ବଲପୁର, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଏହି ସେରୋ ସର୍ଭେ କରାଯାଇଥିଲା । ସର୍ଭେରେ ମୋଟ ୬୬୮୦ଟି ନମୂନା ସଂଗ୍ରହ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହ ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କ ନମୂନା ଅଣାଯାଇଥିଲା । ୬ରୁ ୧୦ ବର୍ଷୀୟଙ୍କ ମଧ୍ୟରେ ୭୦ ପ୍ରତିଶତ ଓ ୧୧ରୁ ୧୮ ବର୍ଷୀୟଙ୍କ ମଧ୍ୟରେ ୭୪ ପ୍ରତିଶତ ଆଣ୍ଟିବଡି ରହିଛି । ଟିନା ନେଇନଥିଲେ ମଧ୍ୟ ଏହି ବର୍ଗର ଶିଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଶିଶୁ ଓ ବୟସ୍କଙ୍କ ତୁଳନାରେ ଯୁବକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି । ତେବେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୁରୁଷ-ମହିଳାଙ୍କ ରିପୋର୍ଟରେ ସେପରି କିଛି ଫରକ ନଥିବା ଜଣାପଡ଼ିଛି ।

Leave A Reply

Your email address will not be published.