ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ଅନୁଭବ ମହାନ୍ତି, ଜାଣନ୍ତୁ କଣ ରହିଛି କାରଣ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁରିଘାଟ ଥାନାରେ ଏତଲା ଦେଲେ ସାଂସଦ ଅନୁଭବ ମହାନ୍ତି। ଗତ 2020 ମସିହା ସେପ୍ଟେମ୍ବର ମାସ 11 ତାରିଖର ଏକ ଘଟଣାକୁ ନେଇ କଲେ ଲିଖିତ ଅଭିଯୋଗ। ଗିତାଶ୍ରୀ ଦାସ ନାମକ ମହିଳା ଏବଂ ସେହି ଦିନ ତାଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଅନ୍ୟାନ୍ୟ ମହିଳାଙ୍କ ବିରୁଦ୍ଧରେ ଆଣିଲେ ଅଭିଯୋଗ। ନିଜ ଘରୁ ତାଙ୍କୁ ବାହାରିବାର ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗ। ଜାତୀୟ ମାନବାଧିକାର କମିଶନଙ୍କ ସଭାପତି ବୋଲି ଗୀତାଶ୍ରୀ ତାଙ୍କୁ ପରିଚୟ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି।

ଅନ୍ୟ ମହିଳାମାନେ ନିଜକୁ ରାଜ୍ୟ ମାନବାଧିକାର କମିଶନ ତଥା ଅନ୍ତର୍ଜାତୀୟ ମାନବାଧିକାର କମିଶନଙ୍କ ସଦସ୍ୟ ବୋଲି ପରିଚୟ ଦେଇଥିବା ଲେଖିଛନ୍ତି ଅନୁଭବ। ପାରିବାରିକ ବିବାଦ ରେ ମଧ୍ୟସ୍ଥତା କରିବାକୁ ଆସିଛୁ ବୋଲି ତାଙ୍କୁ କୁହାଯାଇଥିବା ଏତଲାରେ ଉଲ୍ଲେଖ। 2020 ମସିହା ସେପ୍ଟେମ୍ବର ମାସ 10 ତାରିଖରେ ମହିଳାମାନଙ୍କ ସହ ଅନୁଭବ ଓ ତାଙ୍କ ମା ଘରେ ବସି ଆଲୋଚନା କରିଥିଲେ। କିନ୍ତୁ ତା ପର ଦିନ 11 ତାରିଖରେ ଆଉ ଘରେ ପଶିବାକୁ ଅନୁମତି ଦେଇ ନ ଥିଲେ ଅନୁଭବ। ବାପାଙ୍କ ଅସୁସ୍ଥତା, ବର୍ଷା ପ୍ରିୟଦର୍ଶିନୀ ଙ୍କ ଦ୍ଵାରା ରୁଜୁ ଅଦାଲତି ମାମଲା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ କର୍ମ ବ୍ୟସ୍ତତା ହେତୁ ବିଳମ୍ବରେ ଲିଖିତ ଅଭିଯୋଗ କଲି ବୋଲି ଦର୍ଶାଇଛନ୍ତି ଅନୁଭବ ମହାନ୍ତି। ଗତ 12 ତାରିଖରେ ପୁରିଘାଟ ଥାନାରେ ଦେଇଛନ୍ତି ଏତଲା।

Leave A Reply

Your email address will not be published.