କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ ୨୭ରୁ ଆବେଦନ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଜୁନ୍ ୨୭ରୁ କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ । ଏନେଇ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚ ଶିକ୍ଷା ବିଭାଗ। SAMSର ଓ୍ବେବସାଇଟ୍ www.samsodisha.gov.in ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ଉପଲବ୍ଧ ହେବ। ଜୁଲାଇ ୧୨ ଆବେଦନର ଶେଷ ତାରିଖ ରହିଛି। ଜୁଲାଇ ୧୩ ଓ ୧୪ ତାରିଖରେ କମନ ଅପ୍ଲିକେସନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ। ତେବେ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନ୍ଲୋଡ୍ କରିପାରିବେ।

ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କେବଳ ଅଗଷ୍ଟ ୭, ୯ ଓ ୧୧ ତାରିଖରେ ପରୀକ୍ଷା ହେବ ନାହିଁ। ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

Leave A Reply

Your email address will not be published.