ଜେଲ ଭିତରେ ଅର୍ଚନାଙ୍କ ହସ୍ତାକ୍ଷର ନମୁନା ହେଲା ସଂଗ୍ରହ,ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଜେଲ ଭିତରେ ଅର୍ଚନା ଙ୍କ ହସ୍ତାକ୍ଷର ନମୁନା ହେଲା ସଂଗ୍ରହ l SIT କୋର୍ଟଙ୍କ ଅନୁମତି ନେଇ ଅର୍ଚନା ଙ୍କ ହସ୍ତାକ୍ଷର ପାରାଗ୍ରାଫ ଓ ସିଗନାଟର ସଂଗ୍ରହ କରିଥିବା ନେଇ ଟିମ ଦେଇଛି ସୂଚନା l ଅର୍ଚନାଙ୍କ ଦାଈରୀରେ ଥିବା ଲେଖା ଓ ସଂଗ୍ରହୀତ ନମୁନା କୁ handwriting bureau କୁ ପଠାଯିବ ବୋଲି ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ ସୂଚନା ଦେଇଛନ୍ତି l ଏହାସହ ଅର୍ଚନା ଙ୍କ ଜବତ ଦୁଇଟି ଡ଼ାଇରୀ ରେ ଏମିତି କିଛି ଜିଣିଷର ଆଭାସ ମିଳିଛି ଯାହା ପାଇଁ ଅର୍ଚନାଙ୍କ ହାତଲେଖା ସଂଗ୍ରହ କରାଗଲା l ହେଲେ କେଉଁ ତଥ୍ୟ ପାଇଁ ହାତଲେଖା ର ନମୁନା ନିଆଗଲା ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ l

ପୋଲିସର କହିବା ଅନୁସାରେ ଅକ୍ଟୋବର 6 ତାରିଖ ରେ ଚଢ଼ାଉ ବେଳେ ଅର୍ଚନା ଙ୍କ ଘରେ ଯାହା ଇଲେକ୍ଟ୍ରୋନିକ divice ମିଳିଥିଲା ସେସବୁ କୁ SFSL କୁ ଦିଆଯାଇଛି l ସେଥିରେ ଅର୍ଚନା ଙ୍କ 4 ଟି ମୋବାଇଲ, ଟାବଲେଟ, ପେନ୍ଡ୍ରାଇଭ, ଲାପଟପ ଆଦି ପଠା ଯାଇଥିଲା l ହେଲେ ପ୍ରଥମ ପର୍ଯ୍ୟାୟ SFSL ରିପୋର୍ଟ ରେ କେଳାଙ୍କାରୀରେ ବ୍ୟବହାର ହୋଇଥିବା ଅର୍ଚନା ଙ୍କ ମୁଖ୍ୟ ମୋବାଇଲ ନାହିଁ l ଏନେଇ ED ପକ୍ଷରୁ ମିଳିଛି ସୂଚନା l ସେହିପରି ଅକ୍ଟୋବର 21 ରେ ଜଗବନ୍ଧୁ ଙ୍କ ଗିରଫ ସମୟରେ ଅର୍ଚନା ଙ୍କ ସେହି ମୋବାଇଲ ସିଜର ଲିଷ୍ଟରେ ଦର୍ଶାଯାଇଥିଲା ବୋଲି ED ଦେଇଛି ସୂଚନା l ତେବେ ପ୍ରଶ୍ନ ଉଠିଛି ଅର୍ଚନା ଙ୍କ ମୁଖ୍ୟ ମୋବାଇଲ କୁ କମିଶନରେଟ ପୋଲିସ କାହିଁକି ରଖିଥିଲା ???? ଏହା ପଛର ରହସ୍ୟ କଣ ??? ଅର୍ଚନା ଙ୍କ ମୋବାଇଲ ର ତଥ୍ୟ ସୁରକ୍ଷିତ ଅଛି ତ ???? ଏ ନେଇ ପ୍ରଶ୍ନ କରିବାରୁ ମାମଲର ତଦନ୍ତ କାରି ଅଧିକାରୀ ଦୟାନିଧି ନାୟକ କଥାକୁ ଖଣ୍ଡନ କରି କହିଛନ୍ତି ବନ୍ଦ ଅବସ୍ଥାରେ ସେମାନେ ଅର୍ଚନାଙ୍କ ମୋବାଇଲ କୁ SFSL ପଠାଇଛନ୍ତି l

Leave A Reply

Your email address will not be published.