ଆଜିଠୁ ଏସିଆ କପ୍ ଲଢେଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ ଲଢେଇ । ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ । ୨ ତାରିଖରେ ପରମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଏସିଆ କପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି କେଏଲ ରାହୁଲ । ଭାରତ ଏସିଆ କପରେ ୭ଥର ଜିତି ସାରିଥିବା ବେଳେ ୮ମ ଥର କପ ହାତେଇବାକୁ ଚେଷ୍ଟା କରିବ । ୬ଥର ଶ୍ରୀଲଙ୍କା ଓ ୨ଥର ପାକିସ୍ତାନ ଚାମ୍ପିୟନ ହୋଇଛି । ଚଳିତ ଏସିଆ କପରେ ମୋଟ ୧୩ଟି ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ, ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ । ଟୁର୍ଣ୍ଣାମେଂଟ ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ।

କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାଚ୍‌ ବେଳକୁ ‌କିପରି ସ୍ଥିତି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିବ । ମଧ୍ୟକ୍ରମରେ ଏହି ଦୁଇଜଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏସିଆ କପ୍‌ରେ ଦୁହିଁଙ୍କୁ ଦଳ ଅତି ନିକଟରୁ ପରଖିବ । ତଥାପି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶ୍ରେୟାସ ଖେଳିବା ସମ୍ଭାବନା ରହିଛି । ଅଭ୍ୟାସ ଶିବିରରେ ଅଧିକ ସମୟ ପର୍ୟ୍ୟନ୍ତ ସେ ଅଭ୍ୟାସ କରି ନିଜ ପ୍ରତ୍ୟାବର୍ତ୍ତନର ପ୍ରମାଣ ଦେଇ ଆସୁଛନ୍ତି ।

 

Leave A Reply

Your email address will not be published.